ପ୍ରଶାସନ ଆଢୁଆଳରେ ଗୋଚାଲାଣ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଥାନା ଅନ୍ତର୍ଗତ ଚାରିଛକ ତୁଳସୀପୁର, କୁସୁମାଠେଙ୍ଗ ଆଦି ଅଞ୍ଚଳ ଏବେ ଚୋରା ଗୋରୁ ବେପାରୀ ଓ ଚୋରା ଚାଲାଣକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖାଯାଉଛି। ଦୈନିକ ତୁଳସୀପୁର, କୁସୁମାଠେଙ୍ଗ ଅଞ୍ଚଳରୁ ବେଆଇନ ଭାବେ ଶହଶହ ସଂଖ୍ୟାରେ ଗୋ-ସମ୍ପଦ କୋଲକାତା, ମେଦିନାପୁର, ବାଲେଶ୍ୱର, ଭଦ୍ରକ ଅଞ୍ଚଳରୁ ବଡ଼ ଟ୍ରକ ଓ କଣ୍ଟେନରରେ କଂସେଇଖାନାକୁ ଚାଲାଣ କରାଯାଉଛି। ପ୍ରଶାସନର ଆଢୁଆଳରେ ଏହି ଗୋ-ଚାଲାଣ ହେଉଥିବା ନେଇ ପଶୁପ୍ରେମୀ, ଆଧ୍ୟାତ୍ମିକବାଦୀ, ବରିଷ୍ଠ ନାଗରିକମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ ଓ ବିଭିନ୍ନ ଜିଲାରୁ ଗୋ-ଚାଲାଣକାରୀ ଚାରିଛକ, ତୁଳସୀପୁର ଅଞ୍ଚଳରେ ଡେରା ପକାଇ ସ୍ଥାନୀୟ ଅଞ୍ଚଳର ଗୋସମ୍ପଦ ଦଲାଲଙ୍କୁ ହାତବାରିସି କରି ଶହଶହ ସଂଖ୍ୟାରେ ଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି। ହେଲେ ଏ ଦିଗରେ ଜିଲା ପ୍ରଶାସନ କି ଚାରିଛକ ଥାନା ପୋଲିସ ପ୍ରଶାସନର ସାମାନ୍ୟତମ ଦୃଷ୍ଟି ନାହିଁ। ଯଦି ଚାରିଛକ ଥାନା ଅଞ୍ଚଳରୁ ବେଧଡ଼କ ଭାବେ ଏଭଳି ଗୋଚାଲାଣକୁ ରୋକା ନ ଯାଏ, ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗା ନ ଯାଏ, ତେବେ ଆଗାମୀ କିଛି ମାସ ମଧ୍ୟରେ ନିମାପଡ଼ା ଓ ଚାରିଛକ ଥାନା ଅଞ୍ଚଳରୁ ଗୋ-ସମ୍ପଦ ଶୂନ୍ୟ ହୋଇଯିବାର ଆଶଙ୍କା ଦେଖାଦେବ।
ଅନ୍ୟପକ୍ଷରେ ଚୋରା ଗୋରୁ ବେପାରୀ, ବାହାର ଅଞ୍ଚଳର ଗୋଚାଲାଣକାରୀଙ୍କଠାରୁ ସ୍ଥାନୀୟ ଥାନା ପୋଲିସ କର୍ମଚାରୀ ମୋଟା ଅଙ୍କର ପାଉଣା ନେଇ ଏଭଳି ବେଆଇନ ଘଟଣାକୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ହିନ୍ଦୁଧର୍ମରେ ଗୋ ମାତା, ଗାଈଙ୍କୁ ଲୋକେ ଦେବୀ ଭାବେ ପୂଜା କରି ଆସୁଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଗୋସମ୍ପଦକୁ ରାଜ୍ୟ ବାହାରର କଂସେଇଖାନାକୁ ପଠାଯିବା ଘଟଣା ଆମ ଧାର୍ମିକ ଭାବଧାରକୁ ଖୋଲାଖୋଲି କ୍ଷୁଣ୍ଣ କରୁଥିବା ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ, ଗୋସୁରକ୍ଷା ସମିତି କର୍ମକର୍ତ୍ତା, ପଶୁପ୍ରେମୀମାନେ କହିଛନ୍ତି। ଗୋରୁଙ୍କ ଗୋଡ଼ ବାନ୍ଧି ଟ୍ରକ ଓ କଣ୍ଟେନରରେ ପକାଇ ନିର୍ଯାତନା ଦିଆଯାଇ ଅତି ନିର୍ଦ୍ଦୟ ଭାବେ ଚାଲାଣ ହେଉଛି। ନିମାପଡ଼ା ଓ ଚାରିଛକ ଥାନା ଅଞ୍ଚଳରେ ସରକାରଙ୍କ ପଶୁ ନିର୍ଯାତନା ଆଇନ ପ୍ରହସନ ପାଲଟିଛି। ଜିଲା ପ୍ରଶାସନ ଓ ଚାରିଛକ ଥାନା ପୋଲିସ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଢ଼ ଦୃଷ୍ଟି ଦିଆଯାଇ ଗୋରୁ ବେପାରୀ ଓ ଗୋଚାଲାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଗୋ-ଚାଲାଣ ବନ୍ଦ କରାଯିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିମାପଡ଼ା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରଞ୍ଜନ ନାୟକ, ସଞ୍ଜୟ ବାରିକ, ଶରତ ସେନାପତି, ନୀହାର ରଞ୍ଜନ ମହାରଣା, ରଞ୍ଜନ ବେହେରା ପ୍ରମୁଖ ରାଜ୍ୟ ପଶୁ ସମ୍ପଦ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ, ଏସ୍‌ପି, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କ ନିକଟରେ ଦାବି କରିଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି କାର୍ଯ୍ୟକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚାରିଛକ ଫାଣ୍ଡି ଅଧିକାରୀ ମମତା ବିଶ୍ୱାଳଙ୍କୁ ପଚାରିବାରେ କିଛି ଜାଗାରେ ଗୋରୁ ଚାଲାଣକାରୀଙ୍କୁ ଧରିବା ସହ ଗୋରୁଙ୍କୁ ଉଦ୍ଧାର କରାଯାଉଛି। ତେବେ ସେମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri