ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି ୱାର୍ଡ ଥିବାବେଳେ ଏବେ ୱାର୍ଡ ସଂଖ୍ୟା ୩୧ରେ ପହଞ୍ଚିଛି। ୨୦୧୮ ନଭେମ୍ବରରୁ ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏବେ ପ୍ରଶାସନିକ ଅଧିକାରୀ ଦାଇତ୍ୱରେ ରହିଛନ୍ତି।
ସହର ଭିତରେ ସଫେଇ, ବିଦ୍ୟୁତକରଣ, ବର୍ଷାଜଳର ନିଷ୍କାସନ ପାଇଁ ମହାନାଳ ସଫେଇ, ଜବରଦଖଲ ଉଚ୍ଛେଦ, ପାର୍କିଂ, ନୂତନ ରାସ୍ତାଘାଟ ନିର୍ମାଣ ଓ ମରାମତି କାର୍ଯ୍ୟ ଆବଶ୍ୟକତାନୁଯାୟୀ ହୋଇପାରୁନଥିବା ବିଭିନ୍ନ ସମୟରେ ନଗରବାସୀ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ପାର୍କିଂ ସମସ୍ୟା ପାଇଁ ବହୁ ସମୟରେ ଟ୍ରାଫିକ ଜାମ୍‌ ହେଉଛି। ପାନୀୟ ଜଳର ନୂତନ ପ୍ରକଳ୍ପ ଅନୁଯାୟୀ ଘରେ ଘରେ ପହଁଞ୍ଚିବାକୁ ପ୍ରୟାସ ଜାରି ରହିଛି। ପର୍ବପର୍ବାଣୀରେ ପୁରୁଣା ଷ୍ଟାଡିୟମ, ଆଇଟିଆଇ ପଡିଆ, ପୋଲିସ ଲାଇନ ପଡିଆ, ମିଶନ ପଡିଆରେ ସତନ୍ତ୍ର ପାର୍କିଂ ବ୍ୟବସ୍ଥା ମାଧ୍ୟମରେ ଭିଡ଼କୁ ଆୟତ୍ତ କରାଯାଏ। କିନ୍ତୁ ପ୍ରତିଦିନ ଏହି ସମସ୍ୟାରେ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସହରର ସମସ୍ୟାକୁ ଦୂର କରିବା ଲାଗି ବିଭିନ୍ନ ଯୋଜନାରେ କାର୍ଯ୍ୟ ଚାଲିଛି ବୋଲି କୁହନ୍ତି ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ।
– ମାନସ ବିଶ୍ୱାଳ

Share