Categories: ଜାତୀୟ

କଂଗ୍ରେସକୁ ଧ୍ୱଂସ ପାଇଁ ୧୫ ବର୍ଷ ନେଲେ ରାହୁଲ ଗାନ୍ଧୀ, ବିରୋଧୀଙ୍କୁ ବିନାଶ ପାଇଁ ଲାଗିବନି ୧୫ ମାସ

ଗାଜିଆବାଦ,୨୬।୬: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବୁଧବାର ପୁଣି ଥରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକ ସଭା ନିର୍ବାଚନ ଆରମ୍ଭ ହେବାର କିଛି ମାସ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପ୍ରମୋଦ କ୍ରିଷ୍ଣମ୍‌ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସକୁ ଧ୍ୱଂସ କରିବାକୁ ରାହୁଲ ଗାନ୍ଧୀଙ୍କୁ ୧୫ ବର୍ଷ ଲାଗିଛି, କିନ୍ତୁ ବିରୋଧୀଙ୍କୁ ବିନାଶ କରିବାକୁ ତାଙ୍କୁ ୧୫ ମାସ ମଧ୍ୟ ଲାଗିବ ନାହିଁ। ପ୍ରମୋଦ କ୍ରିଷ୍ଣମ୍‌ ଦୀର୍ଘ ଦିନ ଧରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଆସୁଛନ୍ତି ଏବଂ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଦାୟୀ କରିଆସୁଥିଲେ। ଲୋକ ସଭା ବାଚସ୍ପତି ଓମ ର୍ବିଲା ବୁଧବାର ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି।
ପାର୍ଟି ବିରୋଧୀ ବିବୃତ୍ତି ଅଭିଯୋଗରେ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ଙ୍କୁ ଦଳରୁ ବହିଷ୍କାର କରିଛି। କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏକ ବିବୃତ୍ତିରେ କହିଛନ୍ତି, ଦଳ ବିରୋଧରେ ବାରମ୍ବାର ବିରୋଧୀ ବିବୃତ୍ତିକୁ ଦୃଷ୍ଟିରେ ରଖି ପ୍ରମୋଦ କ୍ରିଷ୍ଣମ୍‌ଙ୍କୁ ଦଳରୁ ବହିଷ୍କାର କରିଯାଇଛି।

Share