ମହାନାୟକ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଶୋଲେ’ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିନେମା ମଧ୍ୟରେ ଅନ୍ୟତମ। ଅମିତାଭ, ଧର୍ମେନ୍ଦ୍ରଙ୍କ ସମେତ ଫିଲ୍ମର ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ହେମା ମାଲିନୀ, ସଞ୍ଜୀବ କୁମାର, ଜୟା ଭାଦୁଡି ଏବଂ ଅମଜାଦ ଖାନ୍।ତେବେ ଆଶ୍ଚର୍ଯ୍ୟର କଥା ହେଲା ରମେଶ ସିପିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଏକ ୩ ମିନିଟର ଦୃଶ୍ୟର ଶୁଟିଂ ପାଇଁ ୩ ବର୍ଷ ସମୟ ଲାଗିଯାଇଥିଲା। ନିଜେ ଅମିତାଭ ବଚ୍ଚନ ଏକ ସାକ୍ଷାତକାରେ ଏହା କରିଥିଲେ।
ସେ କହିଥିଲେ, ଫିଲ୍ମର ଏକ ଦୃଶ୍ୟ ରହିଛି, ଯେଉଁଥିଲେ ଜୟା ଦୀପ ଜାଳୁଥିବା ବେଳେ ସେ ମାଉଥ୍ ଅର୍ଗାନ୍ ବଜାଉଛନ୍ତି। ଏହି ଦୃଶ୍ୟଟି ମାତ୍ର ୩ ମିନିଟର ହୋଇଥିବା ବେଳେ ଏହାକୁ ଶୁଟ୍ ପାଇଁ ୩ ବର୍ଷ ଲାଗିଯାଇଥିଲା। ଏହି ଦୃଶ୍ୟର ସୁଟିଂ ପାଇଁ ଏକ ଭିନ୍ନ ଆଲୋକର ଆବଶ୍ୟକ ଥିଲା। ତେବେ ସୂର୍ଯ୍ୟ ଅସ୍ତ ସମୟରେ ଏହାର ସୁଟିଂ କରିବାର ଥିଲା। ମାତ୍ର ଏଥିପାଇଁ ନିର୍ଦ୍ଦେଶକ ୩ ବର୍ଷ ସମୟ ନେଇଥିଲେ ବୋଲି ଅମିତାଭ କହିଥିଲେ।