ଅଷ୍ଟଧାତୁ ମୂର୍ତ୍ତି ଚୋରିକୁ ବର୍ଷେ ବିତିଲା

କାଏମା,୧୪।୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ପାଟପୁର ପଞ୍ଚାୟତରେ ଥିବା ବହୁ ପୁରାତନ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାକୁ ଇତିମଧ୍ୟରେ ୧ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ଯାଜପୁର ପୋଲିସ ମୂର୍ତ୍ତି ଚୋରି ସମ୍ପର୍କରେ କୌଣସି ସୁରାକ ପାଇନାହିଁ। ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ପ୍ରାୟ ୨ ବର୍ଷ ୧୦ ମାସ ପରେ ଚୋରି ହୋଇଥିବା ଦର୍ପଣଗଡ଼ ଅଞ୍ଚଳର ଆରାଧ୍ୟ ଦେବୀ ମା’କୋଟ୍ରାକ୍ଷୀଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଘଟଣା ପରେ ବଳଦେବଜୀଉଙ୍କ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ନିମନ୍ତେ ଦାବି ଜୋର ଧରିଛି। ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ବଦଳି ପରେ ଏହି ଫାଇଲ୍‌ ଆଉ ଖୋଲିନାହିଁ। ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୧୧ ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଏହି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ ମନ୍ଦିର କବାଟ ଭାଙ୍ଗି ଚୋରି କରି ନେଇଥିଲେ । ଏସମ୍ପର୍କରେ ଟ୍ରଷ୍ଟି ବିନୋଦ କୁମାର ଦାଶ ସେହି ମାସ ୧୨ ତାରିଖରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ଦିନ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର. ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ଅଗଷ୍ଟରେ ମନ୍ଦିରର ଟ୍ରଷ୍ଟି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ତାଙ୍କର ଧର୍ମଶାଳା ଗସ୍ତ ସମୟରେ ମୂର୍ତ୍ତି ଚୋରି ତଦନ୍ତକୁ ତ୍ୱରାନ୍ବିତ କରିବା ତଥା ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨ଟି ଚିଠି ଲେଖି ସହାୟତା ଲୋଡିଥିଲେ। ମନ୍ଦିରର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଟ୍ରଷ୍ଟି ବିନୋଦ କୁମାର ଦାଶ ଘଟଣା ସମ୍ପର୍କରେ ଦେବୋତ୍ତର କମିଶନରଙ୍କୁ ବାରମ୍ବାର ଭେଟି ଏବଂ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କର ସହାୟତା ଲୋଡିଥିଲେ । ଦେବୋତ୍ତର କମିଶନର ଇତିମଧ୍ୟରେ ଯାଜପୁର ଜିଲା ଏସ୍‌ପି ଏବଂ ଆସିଷ୍ଟାଣ୍ଟ କମିଶନରଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପ୍ରକିୟାକୁ ଆହୁରି ସକ୍ରିୟ କରିବା ସହ ଚୋରି ହୋଇଥିବା ବିରଳ ମୂର୍ତ୍ତି ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୨୭ରେ ଟ୍ରଷ୍ଟିଙ୍କ କ୍ରମାଗତ ଅନୁରୋଧ କ୍ରମେ ଦେବୋତ୍ତର କମିଶନର ସେଣ୍ଟ୍ରାଲ ଡିଆଇଜିଙ୍କୁ ଏକ ଚିଠି ଲେଖି ଯାଜପୁର ଏସ୍‌ପିଙ୍କୁ ତଦନ୍ତ ପ୍ରକ୍ରିୟାରେ ଧ୍ୟାନକେନ୍ଦ୍ରିତ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇତିମଧ୍ୟରେ ଗତ ମାର୍ଚ୍ଚ ୩ ରେ ଯାଜପୁର ଏସ୍‌ପି ବିନୀତ ଅଗ୍ରୱାଲ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ୪ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ୩୧ଟି ବହୁମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ସିଦ୍ଧ ବଳଦେବଜୀଉଙ୍କ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇପାରିନାହିଁ। ମନ୍ଦିରର ଟ୍ରଷ୍ଟି ଇତିମଧ୍ୟରେ ପ୍ରତ୍ନତତ୍ତ୍ୱ ବିଭାଗର ଡିଜି ଏବଂ ଆଇଜି ,ସିବିଆଇ ଡିଜି ଏବଂ ଆଇଜି ,ତାମିଲନାଡୁ ଆଇଡ଼ଲ ଉଇଙ୍ଗ ସିଆଇଡିର ଡିଜି, ଆଇଜି, କ୍ରାଇମବ୍ରାଞ୍ଚର ଡିଜି ଏବଂ ଆଇଜି ଏବଂ ସର୍ବଭାରତୀୟସ୍ତରର ସମସ୍ତ କଷ୍ଟମ୍‌ଜୋନର ଡିଜି ଏବଂ ଆଇଜି ପ୍ରମୁଖଙ୍କୁ ଇମେଲ ଏବଂ ଫାକ୍ସ ଜରିଆରେ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri