Posted inଜାତୀୟ

କଂଗ୍ରେସକୁ ଆଇଟି ଟ୍ରିବ୍ୟୁନାଲ ଝଟକା

ନୂଆଦିଲ୍ଲୀ,୯।୩: କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ଆୟକର (ଆଇଟି) ବିଭାଗର କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆୟକର ଆପିଲେଟ୍‌ ଟ୍ରିବ୍ୟୁନାଲ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଆୟକର ଟ୍ରିବ୍ୟୁନାଲଙ୍କ ରାୟକୁ ୧୦ ଦିନ ପାଇଁ ସ୍ଥଗିତ ରଖିବା ନିମନ୍ତେ ଦଳ ପକ୍ଷରୁ ଆଇନଜୀବୀ ବିବେକ ତଙ୍ଖା ଅପିଲ କରିଛନ୍ତି। ରାୟ ବିରୋଧରେ ଦଳ ଖୁବ୍‌ଶୀଘ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍‌ କହିଛନ୍ତି।
ସୂଚନାଯୋଗ୍ୟ ୨୦୧୮-୧୯ ଆର୍ଥତ୍କ ବର୍ଷରେ କଂଗ୍ରେସ ୨୧୦ କୋଟି ଟଙ୍କାର ଟିକସ ଏବଂ ଜରିମାନା ପୈଠ କରି ନ ଥିବାରୁ ଆୟକର ବିଭାଗ ଏହାର ୧୧୫ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଥିବା ଗତ ମାସ ୧୬ ତାରିଖରେ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହା ବିରୋଧରେ କଂଗ୍ରେସର ପିଟିଶନ ଆୟକର ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାବେଳେ ଦଳର ୩ ବ୍ୟାଙ୍କ ଆକାଉଣ୍ଟରୁ ଆୟକର ବିଭାଗ ୬୫ କୋଟି ଟଙ୍କା ଉଠାଇ ନେଇଥିବା ଦିନକ ପରେ ମାକେନ୍‌ ଅଭିଯୋଗ ଆଣିଥିଲେ। ଭାଜପା କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଛି ବୋଲି କଂଗ୍ରେସ ଏହାର ଅଭିଯୋଗକୁ ଦୋହରାଇବା ସହ ଟିକସ ଦାବି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲା। ନିର୍ବାଚନ ପ୍ରସ୍ତୁତିକୁ ଭଣ୍ଡୁର କରିବା ପାଇଁ ଆୟକର ବିଭାଗ ଦ୍ୱାରା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭାଜପା ସରକାର ଆର୍ଥତ୍କ ଆତଙ୍କବାଦ ସୃଷ୍ଟି କରିବା ସହ ନିର୍ବାଚନ ପୂର୍ବରୁ ମୁଖ୍ୟ ବିରୋଧୀ ଦଳକୁ ଅଚଳ କରିଦେବା ପାଇଁ ଉଦ୍ୟମ କରୁଛି ବୋଲି ଅଭିଯୋଗ ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଦଳୀୟ ପାଣ୍ଠିକୁ ଜବତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ଗଣତନ୍ତ୍ର ଉପରେ ଆକ୍ରମଣ। ଏଭଳି ସ୍ଥିତିରେ ଜଣେ ସ୍ବଚ୍ଛ ଓ ଅବାଧ ନିର୍ବାଚନ କିପରି ଆଶା କରିବ ବୋଲି ମାକେନ୍‌ ପ୍ରଶ୍ନ କରିଛନ୍ତି। ଆମେ ଆୟକର ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଏବଂ ହାଇକେର୍ଟଙ୍କ ଦ୍ୱାରସ୍ଥ ହେବୁ। ଟ୍ରିବ୍ୟୁନାଲ ନିଜର ପୂର୍ବ ରାୟକୁ ଅନୁସରଣ କରି ନାହାନ୍ତି। ପୂର୍ବରୁ ଏକ ରାୟରେ ଟ୍ରିବ୍ୟୁନାଲ ବକେୟା ଦେୟର ୨୦ ପ୍ରତିଶତ ପୈଠ କରିଥିବା ଏକ ଜାତୀୟ ଦଳକୁ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରିଥିଲେ ବୋଲି ଆଇନଜୀବୀ ତଙ୍ଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ...

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri