୧୨ ଘଣ୍ଟା ହେଲା ବିଦ୍ୟୁତ୍‌ ବିଚ୍ଛିନ୍ନ

କୋରାପୁଟ, ୧୦।୧୦(ସ୍ବ.ପ୍ର.): କୋରାପୁଟରେ ରବିବାର ସକାଳ ୮ରୁ ରାତି ୭ଟା ୪୫ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ କରାଯାଇଥିଲା। ଏଥିଯୋଗୁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇଥିଲା। ଏପରିକି ମେଡିକାଲ କଲେଜ ବ୍ଲଡ ବ୍ୟାଙ୍କରେ ରୋଗୀସେବା ପ୍ରଭାବିତ ହୋଇଥିଲା। ସୁନାବେଡା ଅଞ୍ଚଳରେ ଥିବା ବିଦ୍ୟୁତ୍‌ ମୁଖ୍ୟ ଷ୍ଟେସନର ମରାମତି ସହିତ କୋରାପୁଟ ଲାଣ୍ଡିଗୁଡାଠାରେ କଟଅଫ ହୋଇଥିବା ବିଦ୍ୟୁତ୍‌ ତାର ମରାମତି ଯୋଗୁ ଏହି ବିଦ୍ୟୁତ୍‌ କାଟ କରାଯାଇଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମାର୍ଥା କହିଛନ୍ତି। ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ବିଦ୍ୟୁତ୍‌ କାଟ ହେବ ବୋଲି ବିଭାଗ ପକ୍ଷରୁ ଶନିବାର ଲୋକଙ୍କ ଅବଗତି ପାଇଁ ସୂଚନା ଦିଆଯାଇଥିଲା। କାର୍ଯ୍ୟ ବିଳମ୍ବତା ଯୋଗୁ ରାତି ୭ଟା ୪୫ରେ କରେଣ୍ଟ ଆସିଥିଲା।

Share