ସିଡ୍ନୀ,୨୭ା୧୦: ନେଦରଲାଣ୍ଡ୍ସ ବିପକ୍ଷ ଟି୨୦ ବିଶ୍ୱକପ୍ ମ୍ୟାଚରେ ଭାରତ ଯଦିଓ ସହଜ ବିଜୟ ହାସଲ କରିଛି, ଅଧିନାୟକ ରୋହିତ ଶର୍ମା କିନ୍ତୁ ତାଙ୍କ ବ୍ୟାଟିଂକୁ ନେଇ ଖୁସି ନ ଥିବା ପ୍ରକାଶ କରିଛନ୍ତି।
ଗୁରୁବାର ଖେଳାଯାଇଥିବା ମ୍ୟାଚରେ ରୋହିତ ୩୯ ବଲ୍ରେ ୪ ଚୌକା ଓ ୩ ଛକା ସହ ୫୩ ରନ୍ କରିଛନ୍ତି। ହେଲେ ତାଙ୍କୁ ଆହୁରି ଭଲ ଖେଳିବାର ଥିଲା। ଭାରତର ବ୍ୟାଟିଂ ଆରମ୍ଭରେ ଧିମା ରହିଥିଲା। ଏହି ପିଚ୍ରେ ବଡ଼ ଶଟ୍ ଖେଳି ହେବ କି ନାହିଁ ସେନେଇ ଅପେକ୍ଷା କରିବାକୁ ପଡ଼ିଥିଲା। ଏନେଇ ତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ବୋଲି ଅଧିନାୟକ ରୋହିତ କହିଛନ୍ତି। ଅନ୍ୟପକ୍ଷେ ନେଦରଲାଣ୍ଡ୍ସ ଅଧିନାୟକ ସ୍କଟ ଏଡ୍ଓ୍ବାଡର୍ସ କହିଛନ୍ତି, ମ୍ୟାଚରେ ଭଲ ପ୍ରଦର୍ଶନ କରି ଜିତିବା ଲକ୍ଷ୍ୟ ରହିଥିଲା। ହେଲେ ବ୍ୟାଟରଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ଭାରତ ୧୭୯ ରନ୍ର ସ୍କୋର କରିବାରେ ସଫଳ ହୋଇଥିଲା।