ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ବସର କର୍ମଚାରୀ ଦମକଳ ବାହିନୀକୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ବାଲେଶ୍ୱର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ବସ୍‌ ଶନିବାର ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥାନ୍ତା l ଶୁକ୍ରବାର ବାତ୍ୟା ଯୋଗୁ ଭୁବନେଶ୍ୱର ନ ଯାଇ ଷ୍ଟାଣ୍ଡରେ ଛିଡା ହୋଇରହିଥିଲା । ଆଜି ବସ ବାହାରିବା ସମୟରେ ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ବସ୍‌ରେ ଓହ୍ଲାଇ ପଡ଼ିଥିଲେ । କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ତେବେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଡ୍ରାଇଭର କହିଛନ୍ତି ।

Share