
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ରାସ୍ତା କଡ଼ର ଏକ ବୁଲା କୁକୁରକୁ ଜଣେ ମହିଳା କିଭଳି ଓଢ଼ଣୀରେ ଘୋଡାଇ ଦେଉଥିଲେ ସେହି ଭିଡିଓ ଦେଖିଥିଲେ। ବର୍ତ୍ତମାନ କୁକୁର ଶୋଇଥିବା ଏକ ଛୋଟ ପିଲାକୁ ଚାଦର ଘୋଡାଇ ଦେଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି ଯେ, ପ୍ରେମ ଅସୀମ ଭାବପ୍ରବଣ ଅଟେ। ଏହି ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି।
Love is infinitely expressive
pic.twitter.com/njzEl3mklj
— Susanta Nanda (@susantananda3) August 25, 2020