ନିଜ ପିଲାଙ୍କୁ ଛାଡପତ୍ର ବିଷୟରେ କହିବା ଏହି ଅଭିନେତାଙ୍କ ପାଇଁ ଥିଲା ସବୁଠୁ କଷ୍ଟ ଦାୟକ

୮୦-୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅମ୍ରିତା ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରେ ସେ ସୈଫ୍‌ ଅଲ୍ଲୀଖାନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୧ ମସିହାରେ ଦୁହେଁ ବିବାହ କରିଥିଲେ। ଏହା ପରେ ସାରା ଅଲ୍ଲୀଖାନ୍‌ ଏବଂ ଇବ୍ରାହିମ ଅଲ୍ଲୀଖାନ୍‌ ଜନ୍ମ ହୋଇଥିଲେ, ମାତ୍ର ତାଙ୍କ ସମ୍ପର୍କ ତିଷ୍ଠି ରହିଲା ନାହିଁ। ସେମାନେ ୨୦୦୪ରେ ଅଲଗା ହୋଇଗଲେ। ଅମ୍ରିତାଙ୍କ ସହ ସମ୍ପର୍କ ଭାଙ୍ଗିବା ନିଷ୍ପତ୍ତି ସୈଫ୍‌ ତାଙ୍କ ପିଲାମାନଙ୍କୁ କହିବା କଷ୍ଟକର ଥିଲା।

ଛାଡପତ୍ରର ୧୬ ବର୍ଷ ପରେ, ୨୦୨୦ରେ ସୈଫ୍‌ ପ୍ରଥମେ ଏକ ସାକ୍ଷାତକାରରେ ଛାଡ଼ପତ୍ର ବିଷୟରେ ଖୋଲାଖୋଲି କହିଥିଲେ। ଯେଉଁଥିରେ ସେ ଛାଡପତ୍ରର ଯନ୍ତ୍ରଣା ବର୍ଣ୍ଣନା କରିଥିଲେ। ସେ ଏହି ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ପିଲାମାନଙ୍କୁ ଏହା କହିବା ବହୁତ କଷ୍ଟ ଦାୟକ ଥିଲା।

ସେ କହିଛନ୍ତି ଯେ, ଏହା ଦୁନିଆର ସବୁଠାରୁ ଖରାପ କଥା। ଏହା ଏମିତି କିଛି ଯାହା ମୁଁ ଆଜି ବି ଅନୁଭବ କରୁଛି। ମୁଁ ଭାବୁନାହିଁ ଯେ ମୁଁ ଏହି ଜିନିଷକୁ ଠିକ୍‌ କରିବାକୁ ସମର୍ଥ ହେବି। କିଛି କଥା ଅଛି ଯାହା ମୋତେ କେବେବି ଶାନ୍ତି ଦେବ ନାହିଁ।

Share