ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଶୁଟିଂ ସମୟରେ ରୋମାନ୍ସ କରିବା ପଡ଼ିଥିଲା ମହଙ୍ଗା। କାରଣ ତାଙ୍କୁ ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। କଥାଟି ଚକିତ କଲେ ହେଁ ସତ। ଆୟୁଷ୍ମାନ ଏବଂ ଅଭିନେତ୍ରୀ ବାଣୀ କପୁର ତାଙ୍କର ନୂଆ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ପାଇଁ ଚଣ୍ଡିଗଡରେ ଶୁଟିଂ କରାଯାଇଛି। ଫିଲ୍ମର ଏକ ରୋମାଣ୍ଟିକ ସିନ୍ରେ ଉଭୟ ଶୁଟିଂ କରୁଥିଲେ । ଏହି ସମୟରେ ଜଣେ ପୋଲିସ ଅଧିକାରୀ ଆସି ତାଙ୍କୁ ଧରିଥିଲା। କେବଳ ସେତିକି ନୁହେଁ ଦୁହିଁଙ୍କୁ ଜେରା ମଧ୍ୟ କରିଥିଲେ। ଏ ନେଇ ନିକଟରେ ଆୟୁଷ୍ମାନ ନିଜେ ଖୁଲାସା କରିଛନ୍ତି।
ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଟ୍ରେଲର ଲଞ୍ଚ ଇଭେଣ୍ଟ ବେଳେ ଆୟୁଷ୍ମାନ ଏ ସମସ୍ତ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଚଣ୍ଡିଗଡରେ ଯଦି କୌଣସି ପୋଲିସ ଅଫିସର ଦମ୍ପତିଙ୍କୁ ରୋମାନ୍ସ କରିବା ଦେଖି ନିଅନ୍ତି ତେବେ ତାଙ୍କୁ ଛାଡନ୍ତି ନାହିଁ। ଶୁଟିଂ ବେଳେ ଆମକୁ ମଧ୍ୟ କିଛି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ପୋଲିସ ଅଧିକାରୀ ଜଣକ ଆମ ପାଖକୁ ଆସି ଆମକୁ ଜେରା କରିଥିଲା। ତେଣୁ ଚଣ୍ଡିଗଡରେ ଶୁଟିଂ କରିବା ମୁସ୍କିଲ ହୋଇଯାଇଥିଲା ବୋଲି ସେ କହିଛନ୍ତି।
ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ଆୟୁଷ୍ମାନ ଏବଂ ତାଙ୍କ ପାର୍ଟନର ଭାବେ ପ୍ରଥମ କରି ଅଭିନୟ କରିବେ ବାଣୀ । ଏଥିରେ ଆୟୁଷ୍ମାନଙ୍କୁ ଜଣେ ଜିମ ଟ୍ରେନର ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଅଧିକାଂଶ ଶୁଟିଂ ଚଣ୍ଡିଗଡରେ କରାଯାଇଛି। ଫିଲ୍ମଟି ଆସନ୍ତା ଡିସେମ୍ବର ୧୦ ତାରିଖରେ ବଡ ପରଦାରେ ରିଲିଜ ହେବ।