ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡ଼ିଲା

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବିକାଶ କ୍ୟାମ୍ପସରେ ରବିବାର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ସମ୍ପୃକ୍ତ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି। ଅଭିଯୋଗ ଉପରେ ଶୃଙ୍ଖଳା କମିଟି ତଦନ୍ତ ଜାରି ରଖିଛି। ହଷ୍ଟେଲ ୱାଡେନ୍‌ଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ପୀଡିତ ଛାତ୍ରଙ୍କ ବାପା ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ କରିଥିବା ଅଭିଯୋଗ ମୁତାବକ, ଏପ୍ରିଲ ୧୭ ତାରିଖ ରବିବାର ସାରେ ତାଙ୍କ ପୁଅ ହଷ୍ଟେଲରେ ଥିଲେ। ଏହି ସମୟରେ ସହପାଠୀମାନେ ଆସି ପ୍ରଥମେ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ। ପୁଅ ଏ ନେଇ ହଷ୍ଟେଲ ଓ୍ବାଡେନଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ସେ ଘଟଣାକୁ ହାଲୁକା ଭାବେ ନେଇ ସ୍କୁଲ ପରିଚାଳନା ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ ଜଣାଇବେ ବୋଲି କହିଥିଲେ। ପରଦିନ ୧୮ ତାରିଖରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

Share