Categories: ଜାତୀୟ

ମୋଦିଙ୍କ ବିନା ଭାରତ ଫେରିବା ଥିଲା ଅସମ୍ଭବ: କତାରରୁ ମୁକ୍ତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୧୨।୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିବା। ରବିବାର ବିଳମ୍ବିତ ରାତିରେ ବୈଦେଶିକ ମନ୍ତ୍ରଣାଳୟ କହିଛ, କତାର ଦ୍ୱାରା ସମସ୍ତ ଆଠ ଜଣ ନାଗରିକଙ୍କୁ ମୁକ୍ତ କରାଯାଇଛି। ତେବେ ଏପର୍ଯ୍ୟନ୍ତ ୭ ଜଣ ଭାରତୀୟ ଫେରି ଆସିଛନ୍ତି। କତାରର ନିଷ୍ପତ୍ତିକୁ ଭାରତ ସରକାର ସ୍ବାଗତ କରିଛନ୍ତି। କତାର ଗୁପ୍ତଚର ଅଭିଯୋଗରେ ଆଠ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କୋର୍ଟ ନିଷ୍ପତ୍ତି ଦେଇଥିଲେ।

କତାରରୁ ଫେରୁଥିବା ନାଗରିକମାନେ କହିଛନ୍ତି,ଆମେ ଭାରତକୁ ଫେରିବା ପାଇଁ ୧୮ ମାସ ହେବ  ଅପେକ୍ଷା କରିଥିଲୁ। ଆମେ ପିଏମ ମୋଦିଙ୍କ ନିକଟରେ କୃତଜ୍ଞ। ତାଙ୍କ ସମର୍ଥନ ବିନା ଏହା ଅସମ୍ଭବ ଥିଲା। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଉଦ୍ୟମକୁ ଆମେ ହୃଦୟରୁ ଧନ୍ୟବାଦ ଦେଉଛୁ। ଭାରତ ସରକାରଙ୍କ ଉଦ୍ୟମ ବିନା ଏହି ଦିନ ସମ୍ଭବ ହୋଇ ନ ଥାନ୍ତା।

Share