ଫିଲ୍ମ ଫ୍ଲପ ପରେ ବି କଷ୍ଟ ନ ଥିଲା

ମୁମ୍ବାଇ: ମିସ୍‌ ୱାଲର୍‌ଡ ମାନୁଷୀ ଛିଲ୍ଲର ନିକଟରେ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ କିଛି ମତ ରଖିଛନ୍ତି। ମାନୁଷୀଙ୍କ ଡେବ୍ୟୁ ଫିଲ୍ମ ତଥା ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ୍‌ ପୃଥ୍ବୀରାଜ’ ୨୦୨୨ରେ ୧୭୫ କୋଟି ବଜେଟ୍‌ରେ ନିର୍ମିତ ହୋଇଥିଲା। ତେବେ ଫିଲ୍ମଟି ୬୮ କୋଟି ରୋଜଗାର କରି ସମ୍ପୂର୍ଣ୍ଣ ଫ୍ଲପ ହୋଇଥିଲା।
ତେବେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ସେ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଥିଲେ। ଜଣେ କଳାକାର ଭାବେ ସେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ, ହେଲେ ଫଳାଫଳ ତାଙ୍କ ହାତରେ ନ ଥିଲା। ଏଥିପାଇଁ ସେ ଟିକେ କଷ୍ଟ ଅନୁଭବ ମଧ୍ୟ କରୁଥିବା କହିଛନ୍ତି। ହେଲେ ଏହି ମୁଭିରୁ ସେ ଯାହା ଚାହୁଁଥିଲେ, ତାହା ସେ ପାଇଛନ୍ତି ବୋଲି କହିଛନ୍ତି। ପ୍ରଥମ ମୁଭି ଫ୍ଲପ ହେବା ପରେ ସେ ତାଙ୍କ କାମ ବନ୍ଦ କରିନାହାନ୍ତି। ବର୍ତ୍ତମାନ ସେ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା କହିଛନ୍ତି। ଏବେ ମାନୁଷୀଙ୍କ ହାତରେ ଅନେକ ସିନେମା ରହିଛି; ଯାହାକୁ ନେଇ ବ୍ୟସ୍ତ ରହିଛନ୍ତି। ଏଥିସହ ସେ ଟେଲିଭିଜନ୍‌ ଶୋ’ରେ ମଧ୍ୟ ନଜରକୁ ଆସିଛନ୍ତି।

Share