ହେମା ମାଳିନୀଙ୍କୁ ବିବାହ କରିବା ଧର୍ମେନ୍ଦ୍ରଙ୍କ ପକ୍ଷେ ଏତେ ସହଜ ନ ଥିଲା…

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ୮୭ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିବେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଏବଂ ଦେଶ ତଥା ବିଦେଶରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତ। ଭେଟେରାନ ବଲିଉଡ ଅଭିନେତା ଏପର୍ଯ୍ୟନ୍ତ୧୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ ଏକ ଚଳଚ୍ଚିତ୍ରଠାରୁ କିଛି କମ୍‌ ନୁହେଁ। ଆଉ ତାଙ୍କ ବ୍ୟକ୍ତିିଗତ ଲାଇଫ୍‌କୁ ନେଇ ସେ କେବେବି ପ୍ରଶଂସକଙ୍କଠାରୁ କିଛି ଲୁଚାଇବାକୁ ଚେଷ୍ଟା କରିନାହାଁନ୍ତି। ଏକ ସମୟ ଥିଲା ଯେତେବେଳେ ହେମା ମାଳିନୀ ନିଜ ପ୍ରେମ ବ୍ୟକ୍ତ କରିବା ପରେ ଅଭିନେତା ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ଯାଉଥିଲେ। ସେତେବେଳେ ସେ ଧର୍ମେନ୍ଦ୍ରଙ୍କ ସହ ଥିବା ସମ୍ପର୍କକୁ ନେଇ ଟେନସନରେ ଥିଲେ। ପରିବାର ସଦସ୍ୟ ହେମା ଏବଂ ଜିତେନ୍ଦ୍ରଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଧର୍ମେନ୍ଦ୍ର ହେମାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସହ ଥରେ ସାକ୍ଷାତ କରିବାକୁ କହିଥିଲେ। ଜିତେନ୍ଦ୍ର ତିରୁପତି ମନ୍ଦିରକୁ ଯାଇ ହେମାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରଦିନ ଧର୍ମେନ୍ଦ୍ର ବିମାନରୁ ସିଧାସଳଖ ଯାଇ ଚେନ୍ନାଇର ହେମାଙ୍କ ଘରେ ପହଞ୍ଚିଥିଲେ। ଏହାପରେ ହେମାଙ୍କୁ ବିବାହ କରିବାକୁ ଜିତେନ୍ଦ୍ରଙ୍କ ଇଚ୍ଛା ପୂରଣ ହୋଇନଥିଲା ଏବଂ ଶେଷରେ ୧୯୭୬ରେ ଜିତେନ୍ଦ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶୋଭାଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଧର୍ମ ପରିବର୍ତ୍ତନ କରି ହେମା ମଲିନୀଙ୍କୁ ବିବାହ କରିଥିଲେ। ସେହି ସମୟରେ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଥିଲେ ତେଣୁ ଉଭୟେ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ।
୧୯୫୪ରେ ଧର୍ମେନ୍ଦ୍ର ଜଣେ ପଞ୍ଜାବୀ ଝିଅ ପ୍ରକାଶ କୌରଙ୍କୁ ମାତ୍ର ୧୯ବର୍ଷ ବୟସରେ ବିବାହ କରିଥିଲେ। ଏହା ପରେ ସେ ମୁମ୍ବାଇ ଯାଇ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିବା ବେଳେ ହେମାଙ୍କ ସହିତ ତାଙ୍କର ଦୁଇ ଝିଅ ଇଶା ଦେଓଲ ଏବଂ ଅହାନା ଦେଓଲ ଅଛନ୍ତି।

Share