ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗିରହିଥିବା ବେଳେ ମୃତ୍ୟୁର ଦୁଇ ବର୍ଷ ପରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପରିଚାଳନା କରିଥିବା କର୍ମଚାରୀ ଅଭିନେତାଙ୍କ ମୃତ୍ୟୁକୁ ନେଇ ଖୁଲାସା କରିଛନ୍ତି।
ମୁମ୍ବାଇର ପୋଷ୍ଟମର୍ଟମ ହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀ ରୂପ କୁମାର ଶାହା କହିବାନୁସାରେ, ସୁଶାନ୍ତଙ୍କ ମୃତଦେହ ଯେଉଁ ଅବସ୍ଥାରେ ଅଣାଯାଇଥିଲା, ଏହାକୁ ଆତ୍ମହତ୍ୟା ବୋଲି କହିବା କଷ୍ଟକର। ସେ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ରୂପ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଶରୀର ଏବଂ ବେକରେ ଗଭୀର ଆଘାତ ଚିହ୍ନ ରହିଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ପୋଷ୍ଟମର୍ଟମ ପାଇଁ କପୁର ହସ୍ପିଟାଲକୁ ୫ ଜଣଙ୍କର ମୃତଦେହ ଆସିଥିଲା। କପଡା ଖୋଲିବା ପରେ ଆମେ ଦେଖିଲୁ ଏହା ଅଭିନେତା ସୁଶାନ୍ତ ସିଂଙ୍କ ମୃତଦେହ। ଗଳା ଦେଖିବା ପରେ ଲାଗିଥିଲା କି ସୁଶାନ୍ତ ସୁଇସାଇଡ କରିନାହାନ୍ତି। ପାଦ ଓ ହାତରେ ପିଟିବାର ଚିହ୍ନ ଥିଲା । ମୃତଦେହର ଫଟୋଗ୍ରାଫି ସରିଗଲା, ଏହାପରେ ଆମର ବରିଷ୍ଠ କତ୍ତୃପକ୍ଷଙ୍କୁ ଭିଡିଓଗ୍ରାଫି କରିବାକୁ କୁହାଯାଇଥିଲା। ହେଲେ ସେ କହିଥିଲେ, ତୁମେ ଯେଉଁ କାମ କରିବାକୁ ଆସିଛ ସେହି କାମ କର। ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ୍ ବୋଲି କର୍ମଚାରୀ ରୂପ କହିଛନ୍ତି।