କେବଳ ଏହି କାରଣ ପାଇଁ ପିଲାବେଳେ ଅଧିକ ଚାପରେ ଥିଲେ ଅର୍ଜୁନ: ୧୬ ବର୍ଷ ବୟସରେ ମେଦବହୁଳତାର ହୋଇଥିଲେ ଶିକାର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚାପରେ ରହୁଥିଲେ। ଅନେକ ସମସ୍ୟାରେ ସେ ଚାପର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା ଯେତେବେଳେ ତାଙ୍କ ପିତା ବୋନି କପୁର ଏବଂ ମା’ ମୋନା କପୁର ଛାଡପତ୍ର ହୋଇଥିଲା। ବୋନି ଶ୍ରୀଦେବୀଙ୍କୁ ବିବାହ କରିଥିଲେ ଏବଂ ଏହା ଅର୍ଜୁନଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା ପିତାମାତାଙ୍କ ଛାଡପତ୍ର ଯୋଗୁ ଅର୍ଜୁନ ବିଷାଦ ଗ୍ରସ୍ତ ହୋଇଥିଲେ। ତେବେ ବର୍ତ୍ତମାନ ଫିଟ ଏବଂ ସ୍ମାର୍ଟ ଦେଖାଯାଉଥିବା ଅର୍ଜୁନ କପୁର ୧୬ ବର୍ଷ ବୟସରେ ମୋଟାପଣର ଶିକାର ହୋଇଥିଲେ। ପିତାମାତାଙ୍କ ଛାଡପତ୍ର ହେତୁ ସେ ଉଦାସୀନତା ଭିତରକୁ ଚାଲିଯାଇଥିଲେ । ଖାଦ୍ୟରେ ଖୁସି ହେଉଥିଲେ। ଏହି କାରଣରୁ, ମାତ୍ର ୧୬ ବର୍ଷ ବୟସରେ, ତାଙ୍କର ଓଜନ ୧୫୦ କିଲୋଗ୍ରାମରୁ ଅଧିକ ହୋଇଯାଇଥିଲା। ସେ ଶ୍ୱାସ ରୋଗରେ ଶିକାର ହୋଇଥିଲେ ।

ତେବେ ସମୟ ସହିତ ଅର୍ଜୁନ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରି ନିଜ ଉପରେ ଧ୍ୟାନ ଦେଇଥିଲେ। ସେ ଓଜନ ହ୍ରାସ କରି ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ । ଯେତେବେଳେ ଅର୍ଜୁନ ଚଳଚ୍ଚିତ୍ରକୁ ଆସିଲେ, ସେ ତାଙ୍କ ଲୁକ୍‌ରେ ଝିଅଙ୍କ ହୃଦୟ ଜିତିଲେ। ଆଜି ବି, ଯେତେବେଳେ କେହି ତାଙ୍କ ପୁରୁଣା ଫଟୋ ଦେଖନ୍ତି, ସେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

Share