Posted inଖେଳ

ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଖରାପ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ବିରାଟ କୋହଲି ସେମିଫାଇନାଲରେ ମଧ୍ୟ ଭଲ ବ୍ୟାଟିଂ କରିନଥିଲେ ଏବଂ କିଙ୍ଗ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ।
ଭାରତୀୟ ଦଳ ଇନିଂସର ତୃତୀୟ ତଥା ଚତୁର୍ଥ ବଲରେ ପ୍ରଥମ ଝଟକା ଦେଇଥିଲା। ରିସ ଟୋପଲି ବିରାଟ କୋହଲିଙ୍କୁ ବୋଲିଂ କରିଥିଲେ। ୧୦୦ ଷ୍ଟ୍ରାଇକ ହାରରେ କୋହଲି ୯ ବଲରେ ୯ରନ ସଂଗ୍ରହ କରିଥିଲେ। ଟି-୨୦ ବିଶ୍ୱକପର ସେମିଫାଇନାଲରେ ଏହା ବିରାଟ କୋହଲିଙ୍କ ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ସେ ଟି -୨୦ ବିଶ୍ୱକପ ୨୦୧୪ର ସେମିଫାଇନାଲରେ ୪୪ଟି ବଲରେ ଅପରାଜିତ ୭୨ ରନ, ଟି -୨୦ ବିଶ୍ୱକପ ୨୦୧୬ ର ସେମିଫାଇନାଲରେ ୪୭ ଟି ବଲରେ ଅପରାଜିତ ୮୯ ରନ ଏବଂ ଟି-୨୦ ୨୦୨୨ ବିଶ୍ୱକପ ସେମିଫାଇନାଲରେ ୪୦ଟି ବଲରେ ୫୦ ରନ ସଂଗ୍ରହ କରିଥିଲେ।
ଚଳିତ ଥର ବିରାଟଙ୍କ ଏହି ସ୍କୋର ସର୍ବନିମ୍ନ ଥିବା ବେଳେ ଏହା ତାଙ୍କ କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା

ନୂଆଦିଲ୍ଲୀ,୨।୭: ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା ହୋଇଛି। ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ ଦଳ ଜିମ୍ବାୱେ...

ଇତିହାସ ରଚିଲେ କୋହଲି

ନୂଆଦିଲ୍ଲୀ,୨।୭: ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ଖୁସିଖବର: ବାର୍ବାଡୋସରେ ଫସିଥିବା ଟିମ ଇଣ୍ଡିଆକୁ ଆଣିବାକୁ ବସିସିଆଇ କଲା ଖାସ୍‌ ବନ୍ଦୋବସ୍ତ

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯...

‘ପ୍ରିୟ ନରେନ୍ଦ୍ର ମୋଦି ସାର୍‌…’ ବିଶ୍ୱକପ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ, ଏମିତି କୃତଜ୍ଞତା ଜଣାଇଲେ କୋହଲି

ନୂଆଦିଲ୍ଲୀ,୨।୭: ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ...

ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ...

ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ...

ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର, ବିଶ୍ୱକପରେ ଦେଇଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୧।୭: ଟି -୨୦ ବିଶ୍ୱକପ ୨୦୨୪ରେ, ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି...

ଆଇସିସି ଶ୍ରେଷ୍ଠ ଏକାଦଶରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା: ୬ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri