ପର୍ଯ୍ୟଟନସ୍ଥଳ ବୁଲିବା ହେଲା କାଳ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କୋରାପୁଟ,୧୩।୫(ଅମିତାଭ ବେହେରା): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଗଳିଗୋବଡର ପର୍ଯ୍ୟଟନସ୍ଥଳରେ ପାଣିରେ ବୁଡି କୋରାପୁଟ ସହରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ପାଣିରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ବ୍ୟବଛେଦ ପାଇଁ ପଟାଙ୍ଗି ମେଡିକାଲକୁ ଅଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କୋରାପୁଟ ସହର ଯାନିଗୁଡା ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ କୋରାପୁଟ ସହରର ପିଏଚଡି କଲୋନୀର ବୋଲି ଜଣାପଡିଛି। ଉପରୋକ୍ତ ଦୁଇଜଣ ପଟାଙ୍ଗି ଅଞ୍ଚଳରେଳରେ ଥିବା ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ସେଠାରେ ଯାଇ ଗଳିଗୋବଡର ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ହୋଇଥିବା ସୂଚନା ମିଳିଛି।