ସେଲ୍‌ଫି ହେଲା କାଳ, ଝରଣାରେ ପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୪।୯(ଡି.ଏନ୍‌.ଏ.): ସେଲ୍‌ଫି ହେଲା କାଳ। ଗୁଦୁଗୁଦାରେ ସେଲ୍‌ଫି ନେଲା ବେଳେ ଝରଣାରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନଖଳାର ଟି. ଶ୍ରୀକାନ୍ତ। ମଙ୍ଗଳବାର ୪ ସାଙ୍ଗଙ୍କ ସହ ବଣଭୋଜି ପାଇଁ ଜିରାଙ୍ଗ ନିକଟସ୍ଥ ଗୁଦୁଗୁଦାକୁ ଯାଇଥିବା ବେଳେ ମୋବାଇଲରେ ସେଲ୍‌ଫି ନେବା ସମୟରେ ଅସାବଧାନତା ଯୋଗୁ ଝରଣାରେ ଖସିପଡ଼ିଥିଲେ। ଶ୍ରୀକାନ୍ତ। ଖବରପାଇ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ପ୍ରାୟ ରାତି ୯ଟାରେ ତାଙ୍କ ମୃତଦେହ ଠାବ କରାଯାଇଛି। ପରେ ରାୟଗଡ଼ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Share