ରୂପାନ୍ତରଣ ହେବ ସରକାରୀ ହସ୍ପିଟାଲ

ଭୁବନେଶ୍ୱର,୧୫।୧୧(ଅନିଲ ଦାସ): ହସ୍ପିଟାଲ ଆହୁରି ହେବ ଚକାଚକ୍‌। ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ୫-ଟି ଅଧୀନରେ ରୂପାନ୍ତରଣ ହେବ। ରାଜ୍ୟର ସମସ୍ତ ୧୮୫୮ ସରକାରୀ ଡାକ୍ତରଖାନା (ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ସିଏଚ୍‌ସି ଓ ପିଏଚ୍‌ସି) ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରୂପାନ୍ତର ହେବ। ୨୦୨୩-୨୪ ରୁ ୨୦୨୭-୨୮ ପାଇଁ ଏହି ଯୋଜନା ନିମନ୍ତେ ୩,୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିି, ଆମ ହସ୍ପିଟାଲ ଯୋଜନାରେ ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନାକୁ ସୁଦୃଢ଼ୀକରଣ କରାଯିବ। ରାଜ୍ୟରେ ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରୋଗୀକୈନ୍ଦ୍ରିକ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଆବଶ୍ୟକ ପରିବର୍ତ୍ତନ ପାଇଁ ରୋଗୀଙ୍କ ମତାମତ ସଂଗ୍ରହକୁ ମୋ-ସରକାର ମାଧ୍ୟମରେ ସର୍ବାଧିକ
ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌), ଜିଲା ଉପଖଣ୍ଡ ଚିକିତ୍ସାଳୟ (ଏସ୍‌ଡିଏଚ୍‌), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ଗୁଡ଼ିକୁ ପର୍ଯ୍ୟାୟକ୍ରମେ ରୂପାନ୍ତରଣ କରାଯିବ। ଏଥନିମନ୍ତେ ଆବଶ୍ୟକ ମାନବ ସମ୍ବଳ ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ ପାଇଁ ଅଧିକ ଅର୍ଥ ବିନିଯୋଗର ବ୍ୟବସ୍ଥା କରାଯାଇଛି। ରୂପାନ୍ତରଣ ଯୋଜନାର ଉଦ୍ଦେଶ୍ୟ ହେଉଛି ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା। ସେହିପରି ରୋଗୀ ଓ ସେମାନଙ୍କ ପରିଜନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇବା ଏବଂ ସରକାରୀ ଡାକ୍ତରଖାନା ପ୍ରତି ରୋଗୀଙ୍କ ନିର୍ଭରଶୀଳତା ବଢ଼ାଇବା। ଯୋଜନାରେ ରୋଗୀ ପ୍ରତୀକ୍ଷା ସ୍ଥାନଗୁଡ଼ିକର ଉନ୍ନତୀକରଣ ଓ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ବିନାମୂଲ୍ୟରେ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟର ସଂଖ୍ୟା ବଢ଼ାଇବା ବ୍ୟବସ୍ଥା କରାଯାଇଛି। ରୋଗୀଙ୍କର ସକାରାତ୍ମକ ଅଭିଜ୍ଞତା ପାଇଁ ସ୍ବଚ୍ଛ ଶୌଚାଳୟ ସୁନିଶ୍ଚିତ କରାଇବା, ବିଭିନ୍ନ ବିଭାଗ ମଧ୍ୟରେ ଯୋଗାଯୋଗ ପାଇଁ ଆଭ୍ୟନ୍ତରୀଣ ପକ୍କା ରାସ୍ତା ଓ ଶେଡ୍‌ ବ୍ୟବସ୍ଥା କରାଯିବ। ରୋଗୀଙ୍କ ସହ ଡାକ୍ତରଖାନା ଆସିଥିବା ଆଟେଣ୍ଡାଣ୍ଟମାନଙ୍କ ରହଣିର ସୁବିଧା ପାଇଁ ଆଟେଣ୍ଡାଣ୍ଟ ବିଶ୍ରାମ ଗୃହ ତିଆରି କରାଯିବ। ଡାକ୍ତରଖାନା ଭିତରେ ବିଭିନ୍ନ ବିଭାଗ ଓ ଉପଲବ୍ଧ ସେବା କେନ୍ଦ୍ରଗୁଡ଼ିକରେ ସହଜରେ ପହଞ୍ଚିବା ପାଇଁ ବିଲିଂଗୁଡ଼ିକରେ ସମାନ ଧରଣର ବ୍ରାଣ୍ଡିଂ ଓ ସାଇନେଜ୍‌ ସହ ଜନସଚେତନତା ନିମନ୍ତେ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ। ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରାଯିବା ସହ ପାର୍କିଂ ଶେଡର ବ୍ୟବସ୍ଥା ହେବ। ସେବା ପ୍ରଦାନ କରାଯାଉଥିବା ସ୍ଥାନଗୁଡ଼ିକରେ ଭିଡ଼ କମାଇବା ନିମନ୍ତେ ଧାଡ଼ି ପରିଚାଳନା ପାଇଁ ରୋଗୀମାନଙ୍କୁ ଡାକିବା ବ୍ୟବସ୍ଥା (ପେସେଣ୍ଟ କଲିଂ ସିଷ୍ଟମ୍‌) କରାଯିବ। ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କିତ ସୂଚନାଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଯିବ। ଡାକ୍ତରଖାନାକୁ ଏକାଧିକ ପରିଦର୍ଶନରୁ ଦୂରେଇ ରହିବା ପାଇଁ ରୋଗୀମାନଙ୍କୁ ଫୋନରେ ଲାରେଟୋରି ରିପୋର୍ଟ ପ୍ରଦାନ ବ୍ୟବସ୍ଥା କରାଯିବ। ସହଜରେ ଜଳଖିଆ ଖାଇବା ନିମନ୍ତେ ଡାକ୍ତରଖାନା ପରିସରରେ ମିଶନ୍‌ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ କରାଯିବ। ରିହାତି ମୂଲ୍ୟରେ ଉତ୍ତମ ଗୁଣମାନଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ସ୍ଥାପନ କରାଯିବ। ଉତ୍ତମରୂପେ ଦୃଶ୍ୟମାନ ହେବା ପାଇଁ ଡାକ୍ତରଖାନାଗୁଡ଼ିକରେ ସମାନ ଧରଣର ପ୍ରବେଶ ଦ୍ବାର ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri