Categories: ଖେଳ

ଚାମ୍ପୟନ୍ସ ଟ୍ରଫି ଉପରେ ଆଇସିସିକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଖେଳାଳି, କହିଲେ ଟିମ୍‌ ଇଣ୍ଡିଆକୁ…

ନୂଆଦିଲ୍ଲୀ,୩।୭: ଟି -୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଟାଇଟଲ ଜିତିଛି। ବର୍ତ୍ତମାନ ପରବର୍ତ୍ତୀ ଆଇସିସି ଟୁର୍ନାମେଣ୍ଟ ଚାମ୍ପୟନ୍ସ ଟ୍ରଫି ୨୦୨୫ରେ ଖେଳାଯିବ। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ତରଫରୁ ଆଇସିସି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଆସିନାହିଁ। ବର୍ତ୍ତମାନ ଏହା ଉପରେ ପାକିସ୍ତାନର ପୂର୍ବତନ ତାରକା ସଲମାନ ବଟ କହିଛନ୍ତି ଯେ ଭାରତ ପାକିସ୍ତାନ ଆସିବା ଆଇସିସିର ଦାୟିତ୍ୱ ହେବ।

୨୦୨୪ ଟି -୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଏବଂ ଚାମ୍ପିୟନ୍ସ ଟ୍ରଫି। ତେବେ ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ବିସିସିଆଇ ସଚିବ ସ୍ପଷ୍ଟ କରିନାହିଁ।

ଏହି ସମୟରେ ସଲମାନ ବଟ କହିଛନ୍ତି, ଚାମ୍ପୟନ୍ସ ଟ୍ରଫି ପାଇଁ ସମସ୍ତ ଦଳ ପାକିସ୍ତାନକୁ ଆଣିବା ଆଇସିସିର ଦାୟିତ୍ୱ। ସେ ଆହୁରି କହିଛନ୍ତି, ଆମେ ସବୁକିଛି ସମ୍ବେଦନଶୀଳ କରିବାକୁ ଚେଷ୍ଟା କରୁଛୁ। କିଛି ରିପୋର୍ଟରେ କୁହାଯାଇଛି ଯେ ଜୟ ଶାହା ଏକ ସକରାତ୍ମକ ସଙ୍କେତ ଦେଇଛନ୍ତି। ତଥାପି ମୁଁ ଭାବୁ ନାହିଁ ଯେ ସେ କୌଣସି ସଙ୍କେତ ଦେଇଛନ୍ତି। ଯଦି ସେ ଆସନ୍ତି, ତେବେ ତାଙ୍କୁ ସ୍ବାଗତ। ଯଦି ସେ ଆସନ୍ତି ନାହିଁ, ତେବେ ଆଇସିସି ଏହାର ସାମ୍ନା କରିବାକୁ ପଡିବ। ଏହା ଦର୍ଶାଇବ ଯେ ନିୟନ୍ତ୍ରକ ଭାବରେ ସେମାନଙ୍କର କେତେ ଅଧିକାର ଅଛି ଏବଂ ସେମାନେ କେତେ ନିରପେକ୍ଷ।

Share