ଆଜି ଓଟିଟିରେ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିଥିଲା। ହେଲେ ଏବେ ଓଟିଟିରେ ରିଲିଜ କରିବାକୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଯାଇଛି। ଆଜି ହିଁ ଫିଲ୍ମ ‘ଝୁଣ୍ଡ’ ଓଟିଟିରେ ରିଲିଜ୍‌ ହେବ।
ସୂଚନାନୁୟାଯୀ, ଝୁଣ୍ଡର ନିର୍ମାତାଙ୍କ ବିରୋଧରେ କପିରାଇଟ ଅଭିଯୋଗ ଆସିଥିଲା, ଯାହା ପରେ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମର ରିଲିଜ ସ୍ଥଗିତ ରଖିଥିଲେ ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ଜୁନ ୯କୁ ସ୍ଥିର କରିଥିଲେ। ଏହା ପରେ ଫିଲ୍ମର ନିର୍ମାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ରିଙ୍କୁ ରାଜଗୁରୁ, ବିକି କାଦିଆନ, ଗଣେଶ ଦେଶମୁଖ, ଆକାଶ ଥୋସର, କିଶୋର କଦମଙ୍କ ପରି ଅଭିନେତାମାନେ ଅଛନ୍ତି ।

Share