୧୧ରୁ ପୁଣି ଛେଚିବ ବର୍ଷା

ଭୁବନେଶ୍ୱର,୮।୭: ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମାତ୍ର କାଲିଠୁ ବର୍ଷା ପରିମାଣ କମିବ ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ତେବେ ୧୧ ତାରିଖ ପରଠାରୁ ପୁଣି ବର୍ଷା ବଢିବ । ରଥଯାତ୍ରାରେ ପୁରୀରେ ଆଜି ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ତେବେ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦୁଝର ୧୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୋଟ ଉପରେ ଜୁନ ୧ ରୁ ଆଜି ସୁଦ୍ଧା ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛିି ।