ରାଜ୍ୟରେ ଆହୁରି ୨ ଦିନ ବର୍ଷିବ: ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକାଅଂଶ ସ୍ଥାନରେ ବର୍ଷା ଲାଗିରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୯ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲାଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ନୂଆପଡା ଓ ସୋନପୁର। ଲଘୁଚାପ ଯୋଗୁ ରାଜ୍ୟରେ ଆଉ ୨ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବବୋଲି ପାଣିପାଗ ବିଭାଗ ଆକଳନ କରିଛି।

Share