୧୫ରୁ ବର୍ଷିବ

ଭୁବନେଶ୍ବର,୧୩।୩(ବ୍ୟୁରୋ): ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୬ ଆଉ ୧୭ ତାରିଖରେ ଅଧିକାଂଶ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଯୋଗୁ ଦିନରେ ତାପମାତ୍ରା ହ୍ରାସ ପାଇ ୨ରୁ ୩ ଡିଗ୍ରୀ କମିବ । ପଶ୍ଚିମା ଝଡର ଅଧିକ ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।
ଏହି ପଶ୍ଚିମା ଝଡ଼ ଯୋଗୁ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି। ଅନେକ ସ୍ଥାନରେ ବର୍ଷା ସହ ପବନର ବେଗ ମଧ୍ୟ ୪୦ରୁ ୫୦କିଲୋମିଟର ପର୍ଯ୍ୟନ୍ତ ହେବାକୁ ନେଇ ପୂର୍ବାନୁମାନ କରାଯାଇଛି।

Share