୧୮ରୁ ୨୨ ମଧ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର,୧୨ା୭(ଅନିଲ ଦାସ): କଥାରେ ଅଛି ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ମାତ୍ର ଆଷାଡ଼ ଯାଇ ଶ୍ରାବଣ ଅଧା ହେଲାଣି। ବର୍ଷାର ଦେଖା ନାହିଁ। ଚାଷୀ ଆକାଶକୁ ଚାହିଁ ରହିଛି। ରାଜ୍ୟର ଅଧା ଜିଲାରେ ଜମି ଫାଟି ଆଁ କଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ପହିଲାରୁ ଜୁଲାଇ ୧୨ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୩୨୩.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୨୩୮.୮ ପ୍ରତିଶତ ।
କଳାହାଣ୍ଡିରେ ସ୍ବାଭାବିକ ଠାରୁ ୬୨ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ୬୩, ରାୟଗଡା ୫୪, ମୟୂରଭଞ୍ଜ ୫୪, କନ୍ଧମାଳ ୪୭, ଗଞ୍ଜାମ ୪୦, ପୁରୀ ୪୨, କେନ୍ଦ୍ରାପଡା ୪୮, ବାଲେଶ୍ୱର ୪୦, ଖୋର୍ଦ୍ଧା ୩୮, ଯାଜପୁର ୩୭, ଜଗତସିଂହପୁରରେ ୩୬ ପ୍ରତିଶତ କମ ବର୍ଷା ହୋଇଛି। ମୌସୁମୀ ଦୁର୍ବଳ ଥିବାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି।
ତେବେ ନିରାଶ ଭିତରେ ଆଶର ସଞ୍ଚାର ହୋଇଛି। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଅଳ୍ପ ବହୁତ ବର୍ଷା ଆରମ୍ଭ ହେବ। ୧୮ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷଣି, ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ପଶ୍ଚିମ ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ଏ ନେଇ ସ୍ପଷ୍ଟ ସଙ୍କେତ ଦେଇ ନ ଥିଲେ ମଧ୍ୟ ବିଭିନ୍ନ ପାଣିପାଗ ମଡେଲରୁ ଏହା ଜଣାପଡ଼ିଛି। ବିଶେଷକରି ମାଲକାନଗିରି,ନବରଙ୍ଗପୁର, କନ୍ଧମାଳ, ଗଜପତି, ରାୟଗଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା: IMD ଡିଜି

ନୂଆଦିଲ୍ଲୀ, ୩୧।୩: ସୋମବାର ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ...

ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ

ଟେନସା,୩୧ା୩(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ମାଳଦା ନିକଟସ୍ଥ ଜଙ୍ଗଲରୁ ସୋମବାର ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତଦେହଟି ଉଲଗ୍ନ ଥିବାବେଳେ...

୩ ମାସରେ ପୈଠ କରନ୍ତୁ ଟ୍ରାଫିକ୍ ଜରିମାନା ନହେଲେ କଟିଯିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର, ୩୧।୩: ସରକାର ତିନି ମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ ପୈଠ ନକରୁଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ରଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା...

ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ଜାତୀୟ ତାଲିକାରେ ସାମିଲ ହେଲା ରଥଯାତ୍ରା, ବାଲିଯାତ୍ରା

ଭୁବନେଶ୍ୱର, ୩୧।୩: ମହାପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଏବଂ କଟକର ଐତିହାସିକ ବାଲି ଯାତ୍ରାକୁ ସଙ୍ଗୀତ ନାଟକ ଏକାଡେମୀର ‘ଜାତୀୟ ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା’ରେ...

ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ,୩୧।୩: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅସ୍ତରଙ୍ଗ ଥାନା ପୋଲିସ...

ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image