କାଲିଠୁ ଅବିଶ୍ରାନ୍ତ ବର୍ଷିବ

ଭୁବନେଶ୍ୱର,୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ବୁଧବାରଠୁ ଅବିଶ୍ରାନ୍ତ ବର୍ଷା ଆରମ୍ଭ ହେବ । ଏ ନେଇ ୭ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ସେହି ଜିଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର ଏବଂ ମୟୂରଭଞ୍ଜ ଏସବୁ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ୮ ତାରିଖରେ ୯ଟି ଜିଲା ଓ ୯ ତାରିଖରେ ୧୬ଟି ଜିଲାକୁ ସତର୍କତା ଜାରି ହୋଇଛି। ୯ ରୁ ୧୫ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି। ଏ ନେଇ ଲଗାତାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

Share