ଚେକ୍‌ କ୍ଲିଅରାନ୍ସ ପାଇଁ ଲାଗିବନି ୨ଦିନ

ଭୁବନେଶ୍ୱର,୯।୮ (ଅନୁରାଧା ମହାରଣା): ଚେକ୍‌ କ୍ଲିଅରାନ୍ସ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ମାତ୍ର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହୋଇପାରିବ। ଚେକ୍‌ କ୍ଲିଅରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଏବଂ ଏହା ସହ ଜଡ଼ିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ଆର୍‌ବିଆଇ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ଚେକ୍‌ ଜମା ହେବାଠାରୁ ରାଶି ଆସିବା ପର୍ଯ୍ୟନ୍ତ ୨ ଦିନ ଲାଗୁଥିବାବେଳେ ଏଣିକି ନୂତନ ସିଷ୍ଟମରେ ଜମାହେବାର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହେବ।

ଗୁରୁବାର ଚଳିତ ଆର୍ଥିକ ବର୍ଷର ତୃତୀୟ ମୁଦ୍ରାନୀତିର ସମୀକ୍ଷା ଘୋଷଣାକରି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଚେକ୍‌ କ୍ଲିଅରାନ୍ସକୁ ଶୃଙ୍ଖଳିତ କରିବା, କ୍ଲିଅରାନ୍ସ ବିପଦକୁ ହ୍ରାସ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚେକ୍‌ ଟ୍ରାଞ୍ଜାକ୍‌ସନ ସିଷ୍ଟମ (ସିଟିଏସ୍‌) ପ୍ରଚଳନ କରାଯାଇଛି। ବର୍ତ୍ତମାନର ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି, ଏହା ଅଧୀନରେ ବର୍ତ୍ତମାନର ସିଟିଏସ୍‌ ସିଷ୍ଟମ ଅଧୀନରେ ଥିବା ‘ବ୍ୟାଚ୍‌’ରେ ପ୍ରକ୍ରିୟାକରଣ କରିବା ପରିବର୍ତ୍ତେ ବ୍ୟବସାୟ ସମୟରେ କ୍ରମାଗତ ଭିତ୍ତିରେ କ୍ଲିଅରାନ୍ସ କରାଯିବ। ଆର୍‌ବିଆଇ ଅନୁଯାୟୀ, ନୂତନ ସିଷ୍ଟମ ଅଧୀନରେ ଚେକ୍‌ ‘ସ୍କାନ୍‌ ’ହେବ, କିଛି ଘଣ୍ଟା ମଧ୍ୟରେ ଉପସ୍ଥାପିତ ହେବ ଏବଂ କ୍ଲିଅର କରାଯିବ। ଦାସ କହିଛନ୍ତି , ଏ ବାବଦରେ ବିସ୍ତୃତ ନିର୍ଦ୍ଦେଶାବଳୀ ଶୀଘ୍ର ଜାରି କରାଯିବ। ଏହା ବ୍ୟତୀତ ଆର୍‌ବିଆଇ ପ୍ରତ୍ୟେକ ଗ୍ରାହକଙ୍କ ଦ୍ୱାରା ବ୍ୟାଙ୍କଗୁଡିକ ଦେଇଥିବା କ୍ରେଡିଟ୍‌ ସୂଚନା ପ୍ରତି ୧୫ଦିନରେ କମ୍ପାନୀଗୁଡିକୁ ରିପୋର୍ଟ କରିବାକୁ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଏହି ରିପୋର୍ଟ ମାସରେ ଥରେ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ...

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୨୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି...

ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍‌ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ,...

ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି।...

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୧୦: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri