ଶୁଟିଂକୁ ଫେରିବା ପାଇଁ ବିଗ୍‌ ବି’ଙ୍କୁ ସମୟ ଲାଗିବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ନିକଟରେ ଶୁଟିଂସେଟ୍‌ରେ ଆହତ ହୋଇଥିଲେ। ବର୍ତ୍ତମାନ ଖବର ଆସୁଛି କି ତାଙ୍କୁ ସେଟ୍‌କୁ ଫେରିବା ପାଇଁ ଆହୁରି ସମୟ ଲାଗିବ। ଗତ ସପ୍ତାହରେ ସେ ଘରୁ ବାହାରକୁ ଆସିଥିଲେ ଏବଂ ମାସେ ପୂର୍ବରୁ ହୋଇଥିବା ଆହତ ପରେ ପ୍ରଥମ ଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

ବିଗ୍‌ ବି’ ଏକ ବିଜ୍ଞାପନ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ଡାକ୍ତର ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ କିନ୍ତୁ ଲଗାତର ଶୁଟିଂ ବିଷୟରେ ବିଗ୍‌ ବି ତାଙ୍କ ପ୍ରତିବଦ୍ଧତା ଉପରେ ଛିଡ଼ା ହୋଇଥିଲେ। ତାଙ୍କ ପରିବାରର ଜଣେ ବିଶ୍ୱସ୍ତ ବନ୍ଧୁ କହିଛନ୍ତି, ‘ବଚ୍ଚନ ସାହେବ ଶୀଘ୍ର ଶୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଧିରେ ଧିରେ ସୁଧୁରୁଛି । ଏହି ବୟସରେ କେହି ରିସ୍କ ନେବାକୁ ଚାହାନ୍ତି ନାହିଁ। ତେଣୁ ତାଙ୍କୁ ଶୁଟିଂସେଟ୍‌କୁ ଫେରିବା ପାଇଁ ସମୟ ଲାଗିବ।

Share