ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକାକରଣ ସତ୍ତ୍ୱେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାଲାଗି ସମୟ ଲାଗିବ। ହର୍ଡ ଇମ୍ୟୁନିଟି ସୃଷ୍ଟି ହେଲେ ଟିକା ନେବାର ଆଉ ଆବଶ୍ୟକତା ରହିବ ନାହିଁ କିମ୍ବା କରୋନା ସଂକ୍ରମଣ ପ୍ରତି ଭୟ ରହିବ ନାହିଁ। ମାତ୍ର ୨୦୨୧ରେ ମଧ୍ୟ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। କେତେକ ଦେଶରେ ଲୋକଙ୍କ ପାଇଁ କରୋନା ମାର୍ଗଦର୍ଶିକା ପାଳନ କରିବା ସମ୍ଭବ ହେଉ ନାହିଁ। ସାମାଜିକ ଦୂରତା ବଜାଇ ରଖିବାକୁ ବହୁ ଦେଶରେ ଲୋକେ ସକ୍ଷମ ହୋଇ ପାରୁ ନାହାନ୍ତି। ଜନସଂଖ୍ୟା ଅଧିକ ଥିବା ଅଞ୍ଚଳରେ କରୋନା ମାଗର୍ର୍ର୍ଦର୍ଶିକା ପାଳନ କରିବାରେ ଅସନ୍ତୁଳନ ଦେଖା ଦେଇଥିବା ସେ କହିଛନ୍ତି। ହର୍ଡ ଇମ୍ୟୁନିଟି ପାଇଁ ପୃଥିବୀର ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବାର ଆବଶ୍ୟକତା ରହିଛି। ମାତ୍ର ୨୦୨୧ ଶେଷ ସୁଦ୍ଧା ଏପରି ହେବା କଷ୍ଟକର ହେବ ବୋଲି ସେ କହିଛନ୍ତି।

Share