Categories: ଜାତୀୟ

ରୋଗୀଙ୍କ ସମ୍ପର୍କୀୟ ଧମକଚମକ ଦେଲେ ଡାକ୍ତରଙ୍କ ପାଇଁ କାମ କରିବା କଷ୍ଟକର ହେବ: କୋର୍ଟ…

ଚଣ୍ଡିଗଡ଼,୧୪।୧୦: ଯଦି ଡାକ୍ତରମାନେ ସବୁବେଳେ ରୋଗୀଙ୍କୁ ସମ୍ପର୍କୀୟଙ୍କ ଦ୍ୱାରା ମାଡ ମାରାଯିବା, ନିର୍ଯାତନା ଦିଆଯିବା ସହ ଧମକ ଚମକ ଦିଆଯାଏ, ତେବେ ସେମାନଙ୍କ କାମ କରିବା କଷ୍ଟକର ହେବ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି। ବିଚାରପତି ବିକାଶ ବାହଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି।

ରିପୋର୍ଟ ମୁତାବକ, ଜଣେ ରୋଗୀ ଓମ୍‌ ପତିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚି ଅଶାନ୍ତି ସୃଷ୍ଟି କରିଥିଲେ ଏବଂ ଡାକ୍ତରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେମାନେ ଡାକ୍ତରମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ହାତରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡ଼ାଇ ନେଉଥିବାର ଦୃଶ୍ୟ ସିସିଟିଭି ରେକର୍ଡିଂରୁ ଜଣାପଡ଼ିଛି। ପରେ ଡାକ୍ତରଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା। ଅଦାଲତ ମାମାଲାର ପର୍ଯ୍ୟବେକ୍ଷଣ ଏବଂ ଏଫଆଇଆର୍‌କୁ ଅନୁଧ୍ୟାନ କରି ଅନ୍ୟାନ୍ୟ ପ୍ରାସଙ୍ଗିକ ପରିସ୍ଥିତି ଏବଂ ପ୍ରମାଣକୁ ଧ୍ୟାନରେ ରଖି କୋର୍ଟ କହିଥିଲେ ଯେ, ମୃତ ଓମ ପତିଙ୍କ ସମ୍ପର୍କୀୟଙ୍କ ଦ୍ୱାରା ହସ୍ପିଟାଲରେ ହିଂସା ସୃଷ୍ଟି ହୋଇଛି।

ସିସିଟିଭି କ୍ୟାମେରାର ରେକର୍ଡିଂ ଅନୁଯାୟୀ ଡକ୍ଟର ପଙ୍କଜ ପର୍ଶରଙ୍କୁ ମାଡ ଦିଆଯାଇଥିଲା ଏବଂ ଡକ୍ଟର ରାଜ କୁମାର ଶର୍ମାଙ୍କଠାରୁ କାଗଜପତ୍ର ଛଡ଼ାଇ ନିଆଯାଇଥିଲା। ଅନୁସନ୍ଧାନ ଏବଂ ଚ୍ୟାଲେଞ୍ଜ ଦାଖଲ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଯେଉଁମାନଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ ହୋଇଛି ସେମାନଙ୍କ ପ୍ରତି ସହାନୁଭୂତି ଦେଖାଯିବ, କିନ୍ତୁ ଆବେଦନକାରୀଙ୍କ ସମେତ ଉକ୍ତ ବ୍ୟକ୍ତିମାନେ ଡାକ୍ତରମାନଙ୍କୁ ସମ୍ମାନ ଦେବା ଉଚିତ, ଯେଉଁମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ବଦା ଚେଷ୍ଟା କରନ୍ତି ଏବଂ ସେମାନଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବା କରିବା ଉଚିତ ନୁହେଁ।

ଯେତେବେଳେ କିଛି ଅଘଟଣ ଘଟେ ସେତେବେଳେ କେତେକ ନିୟମ ଉଲ୍ଲଂଘନ କରିଥାନ୍ତି। ମାତ୍ର ଏହା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି।

Share