ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି ମାସ ଖାଦ୍ୟ ବାବଦରେ ବହୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଅନୁଯାୟୀ, ସନା ପ୍ରତି ମାସ ସକାଳ ଜଳଖିଆରେ ପ୍ରାୟ ସାଢେ ୨୬ ହଜାର ଖର୍ଚ୍ଚ କରିଥିଲେ। ଉଲ୍ଲେଖଥାଉ କି, ଦୁନିଆର ସବୁଠାରୁ ମହଙ୍ଗା ଜଳଖିଆ ଖାଉଛନ୍ତି ପିଏମ ସାନା। ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଥରେ ୨୭ ଲକ୍ଷ ଟଙ୍କାର ଜଳଖିତ୍ଆ ଅର୍ଡର କରିଥିଲେ। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଜଳଖିଆ ଭାବରେ ବିବେଚନା କରାଯାଏ। ଆବୋଟ ଜଳଖିଆ ଭାବେ ଆମ୍ବର ଏକ ଟ୍ରେ ଅର୍ଡର କରିଥିଲେ। ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ଥିଲା। ସାମ କୋକୋ ଏହି ଆମ୍ବ ଟ୍ରେ’ର ମାଲିକ ଥିଲେ। ଯଦିଓ ଏବୋଟ ସମସ୍ତ ଆମ୍ବ ଖାଇ ନ ଥିଲେ, ପରଦିନ ଏହି ଫଳଗୁଡିକ ଶିଶୁ ଡାକ୍ତରଖାନାରେ ବଣ୍ଟନ କରାଯାଇଥିଲା। କିଛି ବର୍ଷ ପୂର୍ବେ ନ୍ୟୁୟର୍କର ଟିଫନିରେ ଏକ ଜଳଖିଆ ପ୍ରସ୍ତୁତ କରାଯାଇଥିଲା। ଯାହାର ମୂଲ୍ୟ ମଧ୍ୟ ୨୭ ଲକ୍ଷ ଟଙ୍କା ଥିଲା। ସାଧାରଣତଃ ବଡ କଳାକାରମାନେ ଏଠାକୁ ଆସି ଫ୍ରେଞ୍ଚ ଜଳଖିଆ ଉପଭୋଗ କରୁଥିଲେ। ଏଥିରେ ଖାଦ୍ୟ ଯୋଗ୍ୟ ସୁନା ଓ ରୂପା ଆବରଣ ସହିତ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ଟୋନି ଆବୋଟ ମହଙ୍ଗା ଜଳଖିଆ ଏବଂ ରାତ୍ରୀ ଭୋଜନ ପାଇଁ ବାରମ୍ବାର ବିବାଦରେ ରହିଆସିଥିଲେ।

Share