ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ସିଙ୍ଗଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଶିଳ୍ପ ଜଗତରେ ପ୍ରବେଶ କରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମକ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ନିକଟରେ ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ମଧ୍ୟ ଖାଇବାକୁ ଆସିଥିଲେ। ଏହି ସମୟରେ ତାଙ୍କ ଭାଇ କେଭିନ ମଧ୍ୟ ତାଙ୍କ ସହ ଦେଖାଦେଇଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲ। ପ୍ରିୟଙ୍କାଙ୍କ ଏହି ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ଦେଶୀ ଅଟେ। ଏହି ରେଷ୍ଟୁରାଣ୍ଟରେ ଭାରତୀୟମାନଙ୍କର ପ୍ରିୟ ଖାଦ୍ୟ ପରିବେଷଣ କରାଯାଏ। ଗୁପଚୁପ୍‌ଠାରୁ ଆରମ୍ଭ କରି ଭଡା ପାଭ, ଦୋସା, ସିଙ୍ଗଡା, କୁଲଚା ମଧ୍ୟ ମେନୁରେ ଅଛି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି, ଯଦି ଆପଣ ନ୍ୟୁୟର୍କରେ ଅଛନ୍ତି, ତେବେ ଅନ୍ତତଃପକ୍ଷେ ଆପଣଙ୍କୁ ଖାଦ୍ୟ ପାଇଁ ଭାରତକୁ ମିସ୍‌୍‌ କରିବାକୁ ପଡିବ ନାହିଁ। କିନ୍ତୁ ଏଥିପାଇଁ ପକେଟକୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ମୁମ୍ବାଇରେ ମାତ୍ର ୨୦-୩୦ ଟଙ୍କାରେ ଉପଲବ୍ଧ ଥିବା ଭଡା ପାଭ ପାଇଁ ୧୪ ଡଲାର ଅର୍ଥାତ୍‌ ପ୍ରାୟ ୧୦୩୯ ଟଙ୍କା ଦେବାକୁ ପଡିବ। ସିଙ୍ଗଡାର ଦାମ ମଧ୍ୟ ୧୦୩୯ ଟଙ୍କା ରହିଛି।

Share