ଶାହରୁଖଙ୍କ ଝିଅ ସୁହାନାଙ୍କ ଜୋତାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରାୟତଃ କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ସୁହାନା ଆଜିକାଲି ପର୍ତ୍ତୁଗାଲରେ ଅଛନ୍ତି ଏବଂ ସେଠାରୁ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରିରେ ସୁହାନା ଏକ ଫଟୋ ରଖିଛନ୍ତି। ଫଟୋ ସେ ହଟ୍‌ ଦେଖଯାଉଛନ୍ତି। ଏହା ସହ ସେ ପିନ୍ଧିଥିବା ଜୋତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏହି ଜୋତାର ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ସୁହାନା ନାଇକ ବ୍ରାଣ୍ଡ (ଏୟାର ଜୋର୍ଡାନ ୧ ହାଇ ଓଜି) ଜୋତା ପିନ୍ଧିଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୬ ହଜାର ୪୩୧ ଟଙ୍କା ରହିଛି। ସୋନମ କପୁର, ଅନନ୍ୟା ପାଣ୍ଡେ, ରଣବୀର କପୁର, ଆଦିତ୍ୟ ରୟ କପୁରଙ୍କ ନାମ ସମେତ ଅନେକ ବଲିଉଡ ସେଲିବ୍ରେଟ ଏହି ବ୍ରାଣ୍ଡର ଜୋତା ବ୍ୟବହାର କରନ୍ତି।
ସୁହାନା ଖାନ ଖୁବ ଶୀଘ୍ର ଅଭିନେତ୍ରୀ ଭାବରେ ଲଞ୍ଚ ହେବାକୁ ଯାଉଛନ୍ତି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ଜୋୟା ଅଖତର ସୋ-ବିଜରେ ସୁହାନା ଖାନଙ୍କୁ ଲଞ୍ଚ କରିବାର ସମ୍ଭାବନା ରହିଛି। ନିକଟରେ ସୁହାନା କ୍ଷୁଦ୍ର ଚଳଚ୍ଚିତ୍ର ‘ଗ୍ରେ ପାର୍ଟ ଅଫ ବ୍ଲୁ’ରେ ନଜର ଆସିଥିଲେ ଏବଂ ତାଙ୍କ ସ୍କ୍ରିନ ଡେବ୍ୟୁ ପାଇଁ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଥିଲେ।

Share