Categories: ଜାତୀୟ

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଦଳରେ ଯୋଗ ଦେଇଥିବା ଜଣାଯାଇଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି। ସେ ଅଜିତ ପାୱାରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ନୁହେଁ।
ଫଡନାଭିସ ତାଙ୍କ ଚିଠିରେ ଲେଖିଛନ୍ତି ଯେ ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ନୁହେଁ। ତାଙ୍କ ବିରୋଧରେ ଏକ ପ୍ରକାର ଅଭିଯୋଗ ରହିଛି। ଆମେ ବିଶ୍ୱାସ କରୁ ଯେ ସେମାନଙ୍କୁ ଆମ ସହ ମେଣ୍ଟ କରିବା ଠିକ ନୁହେଁ। କ୍ଷମତା ଆସେ ଏବଂ ଯାଏ କିନ୍ତୁ କ୍ଷମତା ଅପେକ୍ଷା ଦେଶ ଅଧିକ ଗୁରୁତ୍ୱପୂର୍ଣ୍ଣ।

Share