ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍ ଚାମ୍ପିୟନ ସ୍ବିଟେକ ୨୦୧୯ ରୋମ ଚାମ୍ପିୟନ ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭାଙ୍କୁ ସିଧାସଳଖ ୬-୦, ୬-୦ ସେଟ୍ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ପ୍ଲିସ୍କୋଭା କ୍ରୋଏସିଆର ପେଟ୍ରା ମାଟ୍ରିକଙ୍କୁ ୬-୧, ୩-୬, ୬-୨ ସେଟ୍ରେ ହରାଇ କ୍ରମାଗତ ତୃତୀୟଥର ପାଇଁ ଫାଇନାଲକୁ ଉଠିଥିଲେ। ଅନ୍ୟପକ୍ଷରେ ସ୍ବିଟେକ ଦୁଇଥର ରୋମ ଟାଇଟଲ ଜିତିଥିବା ଏଲିନା ଭିଟୋଲିନାଙ୍କୁ କ୍ୱାର୍ଟର ଫାଇନାଲରେ ଏବଂ ୧୭ ବର୍ଷୀୟା ଆମେରିକାର କୋକୋ ଗୌଫଙ୍କୁ ସେମିଫାଇନାଲରେ ହରାଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲେ।