ବଳାତ୍କାର ଭିଡିଓ ପୋଷ୍ଟକଲେ ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ରୋମ, ୨୪ା୮: ଇଟାଲୀର ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଦକ୍ଷିଣପନ୍ଥୀ ନେତ୍ରୀ ଜିଓରଜିଆ ମେଲୋନି ଟୁଇଟରରେ ୟୁକ୍ରେନୀୟ ମହିଳାଙ୍କ ବଳାତ୍କାର ଭିଡିଓ ପୋଷ୍ଟ କରି ବିବାଦରେ ଫସିଛନ୍ତି। ଏହାକୁ ନେଇ ମେଲୋନିଙ୍କ ବିପକ୍ଷବାଦୀ ରାଜନୈତିକ ଦଳ ସମେତ ମାନବାଧିକାର କର୍ମୀ ସମାଲୋଚନା କରିଛନ୍ତି। ବିବାଦ ତୀବ୍ର ହେବାରୁ ଟୁଇଟର ଏହି ଭିଡିଓକୁ ହଟାଇଦେଇଛି। ଏପରି ଭିଡିଓ ଟୁଇଟର୍‌ର ନୀତିକୁ ଉଲ୍ଲଂଘନ କରୁଥିବା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି। ଏକ ନ୍ୟୁଜପେପର ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ବ୍ଲର୍‌ଡ (ଅସ୍ପଷ୍ଟ) ଭିଡିଓକୁ ୫୫ ବର୍ଷୀୟ ମେଲୋନି ଟୁଇଟ୍‌ରେ ଶେୟାର କରିଥିଲେ। ଯୌନହିଂସାର ଏଭଳି ଦୃଶ୍ୟ ଦେଖି ସେ ଚୁପ୍‌ ହୋଇରହିପାରିବେ ନାହିଁ ବୋଲି ଟୁଇଟ୍‌ କରିଥିଲେ। ବିବାଦ ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଏହି ଭିଡିଓ ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଏଭଳି ଅତ୍ୟାଚାରକୁ ନିନ୍ଦା କରିବା, ପୀଡ଼ିତାଙ୍କୁ ସମବେଦନା ଜଣାଇବା ଏବଂ ସେମାନଙ୍କ ପାଇଁ ନ୍ୟାୟ ଦାବି କରିବା।

Share