Advertisement

ଦାରିଙ୍ଗବାଡ଼ି ବୁଲିଲେ ଇଟାଲୀ ପର୍ଯ୍ୟଟକ

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲାକୁ ବିଦେଶୀ ପର୍ଯ୍ୟଟକମାନେ ବୁଲିବା ଆଗ୍ରହ ରହୁଥିବା ବେଳେ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ବୁଲି ଅନୁସୂଚିତ ଜନଜାତିଙ୍କ ସମ୍ପର୍କରେ ଅଧିକା ଜାଣିବା ପାରମ୍ପରିକ ଖାଦ୍ୟ ସମେତ ସେମାନଙ୍କ ଚଳଣିକୁ ପସନ୍ଦ କରୁଥିବା ଜଣାପଡ଼ିଛି।

ଦୀର୍ଘ ଦିନ ହେଲା ଆଉ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସୁ ନ ଥିବା ବେଳେ ଏବେ ଇଟାଲୀ ପର୍ଯ୍ୟଟକ ଅଞ୍ଚଳ ପ୍ରତି ଆଗ୍ରହ ଦେଖାଯାଇଛନ୍ତି। ପ୍ରକାଶ ଯେ, ୨ଜଣ ଇଟାଲୀ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସି ପହଞ୍ଚିଛନ୍ତି। ସେମାନେ ହେଲେ କାଥେରୀନା ଏବଂ ଟୋନି ବୋଲି ପରିଚୟ ଦେଇଛନ୍ତି।

ଅନୁସୂଚିତ ଜନଜାତିଙ୍କ ସଂସ୍କୃତି ଆଉ ତାଙ୍କ ଚାଲିଚଳନିଙ୍କୁ ପାଖରୁ ଦେଖିବାର ଆଗ୍ରହତା ହିଁ ତାଙ୍କୁ କୁଆଡ଼େ ଦାରିଙ୍ଗବାଡ଼ିକୁ ଟାଣି ଆଣିଛିବୋଲି କୁହନ୍ତି। ସେମାନେ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଥିବା କିରିକୁଟି ପଞ୍ଚାୟତ ପାଟାଙ୍ଗି ଗ୍ରାମ ଓ ତାର ପଡୋଶୀ ମୁଣ୍ଡନାଜୁ ଗ୍ରାମରେ ସମୟ ବିତାଇବା ସହ ସଂସ୍କୃତି, ପରମ୍ପରାକୁ ଦେଖି ଖୁସି ହୋଇଛନ୍ତି। ଗାଁର ମହିଳାମାନଙ୍କ ବେଶଭୁଷା ଓ ତାଙ୍କର ମୁହଁରେ ପାରମ୍ପରିକ ଝୁଣ୍ଟିକଟା ପରମ୍ପରାକୁ ନିକଟରୁ ଦେଖିଥିଲେ। ଉଭୟ ବିଦେଶୀ ପର୍ଯ୍ୟଟନ ୫ଦିନିଆ ଓଡ଼ିଶା ଭ୍ରମଣରେ ଆସିଥିବା ବେଳେ ପୁରୀ, ଚିଲିକା ସମେତ ଦାରିଙ୍ଗବାଡ଼ି ଓ ରାୟଗଡ଼ା ଅଞ୍ଚଳ ବୁଲିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share