ଇଟାଲୀର ମ୍ୟାଗିଗୋର ହ୍ରଦରେ ବଡ ଦୁର୍ଘଟଣା: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

ରୋମ,୨୯।୫: ଇଟାଲୀରେ ଏକ ଡଙ୍ଗା ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଉତ୍ତର ଇଟାଲୀର ମ୍ୟାଗିଗୋର ହ୍ରଦରୁ ଆସିଛି। ପ୍ରବଳ ଝଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଠାତ୍‌ ଖରାପ ପାଗ ଯୋଗୁ ରବିବାର ସାରେ ସେଷ୍ଟୋ କାଲେଣ୍ଡେ ଏବଂ ଆରୋନା ସହର ମଧ୍ୟରେ ଡଙ୍ଗା ବୁଡ଼ି ଯାଇଥିଲା। ଅଗ୍ନିଶମ ବିଭାଗର ମୁଖପାତ୍ର ଲୁକା କାରୀ କହିଛନ୍ତି, ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି, ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି।

Share