ନୀଳ କଙ୍କଡା ବିବାଦକୁ ନେଇ ଇଟାଲୀ ସରକାର ଖର୍ଚ୍ଚ କରିବେ ୨୬ କୋଟି ଟଙ୍କା

ରୋମ,୧୦।୮: ଇଟାଲୀ ସରକାର ନୀଳ କଙ୍କଡା ବିବାଦକୁ ସମାଧାନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ୨.୯ ମିଲିୟନ ୟୁରୋ ଅର୍ଥାତ୍‌ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଇଟାଲୀରେ ନୀଳ କଙ୍କାଳ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଏହି ନୀଳ କଙ୍କଡା ସ୍ଥାନୀୟ ସେଲଫିସ, ଅନ୍ୟ ମାଛ ଶିକାର କରେ। ଫଳରେ ଇଟାଲୀର ସିଫୁଡ ବେଳକୁ ବେଳ କମ ହେବାରେ ଲାଗିଛି। ଏହାସହ ଇଟାଲୀର ପ୍ରସିଦ୍ଧ ଡିସରେ ସିପର ବହୁଳ ଭାବରେ ବ୍ୟବହାର ହୁଏ, ତେଣୁ ଏହି ନୀଳ କଙ୍କଡା ହେତୁ ଇଟାଲୀର ପ୍ରସିଦ୍ଧ ଡିସ ପାସ୍ତା ସହିତ ଖାଇଥିବା ସିପର ବହୁତ ଅଭାବ ଦେଖାଦେଇଥାଏ। ପୁଣି ଏହି ନୀଳ କଙ୍କଡା କାରଣରୁ ସିପ ଉତ୍ପାଦନ କମିବା ସହ ନୀଳ କଙ୍କଡା ପ୍ରାୟ ୯୦ ପ୍ରତିଶତ ଯୁବା ସିପକୁ ଖାଇଦେଇଛନ୍ତି। କୁହାଯାଉଛି କି ନୀଳ କଙ୍କଡା ଉପରେ ଯଦି ଲଗାମ ଲଗା ନ ଯାଏ ତେବେ ଖୁବଶୀଘ୍ର ଇଟାଲିରୁ ସିପ ଲୋକ ପାଇଯିବ।

ଇଟାଲୀର ସମୁଦ୍ରରେ ନୀଳ କଙ୍କଡାର ଆଗମନ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶ୍ୱାସ କରାଯାଏ ଯେ ନୀଳ କଙ୍କଡା ସମୁଦ୍ର ଜାହାଜ ସହିତ ଇଟାଲୀରେ ପହଞ୍ଚିଥିଲା ଏବଂ ଏଠାରେ ସେମାନେ ଅତି ଶୀଘ୍ର ବଂଶ ବିସ୍ତାର କରିଛନ୍ତି। ନୀଳ କଙ୍କଡାର ଦ୍ରୁତ ପ୍ରଜନନ ହାରର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଇଟାଲୀ ସରକାର ନିଜ ଦେଶର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସଂଖ୍ୟକ ନୀଳ କଙ୍କଡା ଧରିବାକୁ କହିଛନ୍ତି ଯାହା ଦ୍ୱାରା ସେମାନଙ୍କ ସଂଖ୍ୟା ହ୍ରାସ ହୋଇପାରିବ। ଇଟାଲୀ ମତ୍ସ୍ୟଜୀବୀ ସଂଘର ନେତା କହିଛନ୍ତି ଯେ ବର୍ତ୍ତମାନ ଇଟାଲୀରେ ପ୍ରତିଦିନ ୧୨ଟନ ନୀଳ କଙ୍କଡା ଧରାଯାଉଛି, କିନ୍ତୁ ଏହା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ନିୟନ୍ତ୍ରିତ ହେଉନାହିଁ।

Share