ଇଟାଲୀରେ ଅତି ରାଷ୍ଟ୍ରବାଦୀ ସରକାର, ଜିଓର୍ଜିଆ ମେଲୋନି ହେବେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ରୋମ,୨୭ ।୯: ଇଟାଲୀରେ ହୋଇଥିବା ରାଷ୍ଟ୍ରୀୟ ନିର୍ବାଚନରେ ଧୁର ଦକ୍ଷିଣପନ୍ଥୀ ଓ ଅତି ରାଷ୍ଟ୍ରବାଦୀ ମେଣ୍ଟ ‘ଦ ବ୍ରଦର୍ସ ଅଫ ଇଟାଲୀ’କୁ ବହୁମତ ମିଳିଛି । ଏହାର ଅଧ୍ୟକ୍ଷ ଜିଓର୍ଜିଆ ମେଲୋନି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦେଶର ନେତୃତ୍ୱ ନେଉଥିବା ପ୍ରଥମ ମହିଳା ହେବାକୁ ଯାଉଛନ୍ତି । ୧୯୪୫ରେ ଦେଶରେ ଏକଛତ୍ରବାଦୀ ମୁସଲିମଙ୍କ ପରେ ତାଙ୍କ ଦଳର ସମର୍ଥକ ଥିବା ମେଲୋନିଙ୍କୁ ପ୍ରବାସୀଙ୍କୁ ଦେଶରେ ପ୍ରବେଶ ଦେବାର ବିରୋଧି ବୋଲି କୁହାଯାଏ ।

ମିଳିଥିବା ସୂଚନା ଅନୁଯାୟୀ, ମେଲୋନି ଗର୍ଭବପାତକୁ ବି ଘୋର ବିରୋଧ କରନ୍ତି । ଇଟାଲୀ ୟୁରୋପୀୟ ସଂଘର ସଂସ୍ଥାପକ ସଦସ୍ୟ ହେବା ସହ ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟ ଅଟେ । ତେବେ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଜନତା ଏତେ ପରିମାଣରେ ଅସନ୍ତୁଷ୍ଟ ଯେ ଏହି ନିର୍ବାଚନରେ କେବଳ ୬୪ ପ୍ରତିଶତ ଲୋକେ ମତଦାନ କରିଥିଲେ ।
ଗତ ନିର୍ବାଚନ ପରଠାରୁ ବନ୍ଦଦ୍ୱାର ଚୁକ୍ତି ମାଧ୍ୟମରେ ୩ ସରକାର ଗଠନ କରାଯାଇଛି । ମେଲୋନିଙ୍କ ଦଳ ଏହାର ଉତ୍ପତ୍ତି ନିଓ ଫାସିଷ୍ଟ ସାମାଜିକ ଆନ୍ଦୋଳନକୁ ଦର୍ଶାଇଥାଏ । ତେବେ ସରକାର ଗଠନ ହେବାକୁ ଏବେ ଏକ ସପ୍ତାହ ଲାଗିପାରେ । ସୋମବାର ସକାଳେ ବିଜୟ ପରେ ପ୍ରଥମ ଭାଷଣରେ ମେଲୋନି କହିଥିଲେ ଆମକୁ ଲୋକେ ଦେଶକୁ ଶାସନ କରିବାକୁ ସୁଯୋଗ ଦେଇଛନ୍ତି । ଆମ ସରକାର ଇଟାଲୀର ସମସ୍ତ ଜନସାଧାରଣଙ୍କ ପାଇଁ । ଆମର ଉଦ୍ଦେଶ୍ୟ ଦେଶର ଲୋକଙ୍କୁ ସଙ୍ଗଠିତ କରିବା ।

Share