ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କ ଯୋଗଦାନକୁ ସମ୍ମାନ ଦେଲା ଇଟାଲୀ, ନିର୍ମାଣ କଲା ବିଶେଷ ସ୍ମାରକ

ରୋମ,୨୩।୭: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସେନାଙ୍କୁ ସମ୍ମାନ ଦେଇଛି ଇଟାଲୀ। ଇଟାଲୀର ମୋନଟୋନେ ଅଞ୍ଚଳରେ ଭାରତୀୟ ସେନାଙ୍କ ସମ୍ମାନରେ ଏକ ସ୍ମାରକ ଉଦଘାଟନ କରାଯାଇଛି। ଏହି ସ୍ମାରକକୁ କମ୍ୟୁନ ଅଫ ମୋନୋଟୋନ ଏବଂ ଇଟାଲୀର ସାମରିକ ଐତିହାସିକମାନେ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସେନାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଇଟାଲୀର ପେରୁଗିଆର ମୋଣ୍ଟୋନ ଠାରେ ଭିସି ୟଶୱନ୍ତ ଘାଡଗେ ସନଡାୟଲ ମେମୋରିଆଲ ଉନ୍ମୋଚିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଟାଲୀ ପାର୍ଶ୍ୱରେ ଯୁଦ୍ଧ କରିଥିବା ଭାରତୀୟ ସୈନିକଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ଏହା ସହିତ ଶହୀଦ ନାୟକ ଯଶବନ୍ତ ଘାଡଗେଙ୍କୁ ଭିକ୍ଟୋରିଆ କ୍ରସ ସମ୍ମାନରେ ସମ୍ମାନୀତ କରାଯାଇଛି। ଉପର ଟିବେର ଉପତ୍ୟକାରେ ଯୁଦ୍ଧ ସମୟରେ ଯଶଓ୍ବନ୍ତରାଓ ଘାଡଗେ ଶହୀଦ ହୋଇଥିଲେ। ଭାରତୀୟ ସେନାଙ୍କ ସମ୍ମାନାର୍ଥେ ନିର୍ମିତ ସ୍ମାରକୀ ଉନ୍ମୋଚନ ଅବସରରେ ଇଟାଲୀରେ ଭାରତର ରାଷ୍ଟ୍ରଦୂତ ଡା. ନୀନା ମାଲହୋତ୍ରା, ଭାରତୀୟ ସେନାର ପ୍ରତିନିଧୀ ତଥା ବହୁ ଭାରତୀୟ ନାଗରିକ ତଥା ଇଟାଲୀ ସେନାର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଇଟାଲୀ ପାଇଁ ଲଢିଥିବା ଭାରତୀୟ ସେନାଙ୍କର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବହୁତ ବଡ ଭୂମିକା ଥିଲା। ଭାରତୀୟ ସେନାର ଚତୁର୍ଥ, ଅଷ୍ଟମ ଓ ଦଶମ ଡିଭିଜନର ୫୦ରୁ ଅଧିକ ସେନା ଯୁଦ୍ଧରେ ସାମିଲ ହୋଇଥିଲେ।

Share