ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୋପ ଫ୍ରାନସିସି

ଭାଟିକାନ ସିଟି,୩୦ ।୩: ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୋପ ଫ୍ରାନସିସିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଏନଏନର ରିପୋର୍ଟ ଅନୁଯାୟୀ, ଭାଟିକାନର ପ୍ରବକ୍ତା ମାଟେଓ ବ୍ରୁନି ବୁଧବାର ଏକ ବୟାନରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ନିକଟରେ ପୋପ ଫ୍ରାନସିସି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିବା କହିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭ୍‌ର୍ତି କରାଯାଇଛି । ପରୀକ୍ଷା ପରେ ଜଣାପଡିଛି କି ତାଙ୍କ ଶ୍ୱାନଳୀରେ ସଂକ୍ରମଣ ହୋଇଛି । ଚିକିତ୍ସା ପାଇଁ ଏବେ ସେ ଆଉ କିଛିଦିନ ହସ୍ପିଟାଲରେ ରହିବେ ବୋଲି ଜଣାପଡିଛି ।

Share