Categories: ଜାତୀୟ

ନୀତୀଶ କୁମାରଙ୍କ ତୁଳନା ମୋଦିଙ୍କ ସହ କଲେ ଜିତନ ରାମ

ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଂଝି ଟୁଇଟ କରି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନିକଟରେ ସେ କରିଥିବା ଟୁଇଟରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିଛନ୍ତି । ସେ ତେଜସ୍ୱୀ ଯାଦବଙ୍କ ନାଁ ନେଇ ବିରୋଧୀ ଦଳର ତୁଳନା କଂଗ୍ରେସର ପୂର୍ବନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କରିଛନ୍ତି । ସେ କହିଛନ୍ତି ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ବିରୋଧ କରୁ କରୁ ବିରୋଧୀ ଦେଶର ବିରୋଧ କରି ଦେଇଛନ୍ତି ଠିକ୍ ସେହିପରି ଭାବେ ବିରୋଧୀ ନୀତୀଶ କୁମାରଙ୍କ ବିରୋଧ କରୁ କରୁ ବିହାର ଓ ବିହାରବାସୀଙ୍କ ବିରୋଧ କରିବା ଆରମ୍ଭ କଲେଣି । ସୂଚନାଯୋଗ୍ୟ, ଶୁକ୍ରବାର ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ଟୁଇଟ୍ କରିଥିଲେ କି ଗୁରୁ ଗୋବିନ୍ଦ ସିଂ, ଭଗବାନ ମହାବୀର, ମାତା ସୀତାଙ୍କ ଜନ୍ମଭୂମୀ ଏବଂ ବୁଦ୍ଧ ଓ ଗାନ୍ଧୀଙ୍କ କର୍ମଭୂମୀ ତଥା ବିଶ୍ୱର ସର୍ବପ୍ରଥମ ଗଣତନ୍ତ୍ରର ଜ୍ଞାନ କେବଳ ବିହାରରୁ ମିଳିପାରିବ । ହେଲେ ଏବେ ଏହା ନକରାତ୍ମକ ଚିନ୍ତାଧାରା ପାଇଁ ଚର୍ଚ୍ଚାକୁ ଆସିଛି ।

Share