Categories: ଜାତୀୟ

୧୫ ହଜାର ଫୁଟ ଉପରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ…

ଲଦାଖ, ୨୬।୧ : ସାରା ଦେଶରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ ସାହସ ପ୍ରଦର୍ଶନ କରୁଥିବା ଏବଂ ସେମାନଙ୍କ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାହାରିବା ଆରମ୍ଭ କରିଛି।

ଲଦାଖର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଅପରପକ୍ଷରେ, ଉତ୍ତରାଖଣ୍ଡର କୁମାଓନ ଅଞ୍ଚଳରେ, ଆଇଟିବିପି ହିମବୀରମାନେ ୧୨ ହଜାର ଫୁଟ ଉଚ୍ଚରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share