Advertisement

୨୦ ଦିନ ଛୁଟିରେ ଥିଲେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ, କାର୍ଯ୍ୟରେ ଯୋଗଦେବାର ଦିନକ ପରେ ମିଳିଲା ଝୁଲନ୍ତା ମୃତଦେହ

ଫୁଲବାଣୀ,୨।୩(ରାକେଶ କୁମାର ରାଉତ): ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ନଦୀଖଣ୍ଡି ସାହିସ୍ଥିତ ସରକାରୀ ବାସଭବନରୁ ମିଳିଛି। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ୨୦ ଦିନ ହେବ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ନିଜ ଘର ମୟୂରଭଞ୍ଜ ଜିଲାରେ ଓ ପରିବାର ଭୂବନେଶ୍ୱରରେ ରହୁଥିବା ଜଣାପଡିଛି। ସେ ଦିନକ ତଳେ ଭୁନେଶ୍ୱରରୁ ଫେରିଥିଲେ । ଶନିବାର ଝୁଲନ୍ତା ଅବସ୍ତାରେ ତାଙ୍କ ମୃତଦେହ ଟାଉନଥାନା ପୋଲିସ ଜବତ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share