Advertisement

ଉଦ୍‌ଘାଟନ ହେଲା, କାମରେ ଲାଗୁନି

ବାଲେଶ୍ୱର ଅଫିସ, ୨୧।୩(ମାନସ ବିଶ୍ୱାଳ): ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରୀଛାତ୍ରଙ୍କ ନିମନ୍ତେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ) ନୀଳଗିରି ପକ୍ଷରୁ ବାଲେଶ୍ୱର ସହର ଏଡିଏମ୍‌ ଛକ ନିକଟସ୍ଥ ରାଜା ବଗିଚାରେ ୩ଶହ ଶଯ୍ୟା ବିଶିଷ୍ଟ ଦୁଇଟି ହଷ୍ଟେଲ ନିର୍ମାଣ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୨୧ ନଭେମ୍ବର ୨୬ ତାରିଖରେ ଉଦ୍‌ଘାଟନ କରିଥିଲେ। ଏଯାବତ୍‌ ଉକ୍ତ ୩ ମହଲା ବିଶିଷ୍ଟ ୨ଟି ନୂତନ କୋଠା ଉଦ୍‌ଘାଟନର ୨୬ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ

ଅବସ୍ଥାରୁ ଉକ୍ତ କୋଠା ଘରକୁ ଯା’ଆସ କରିବାକୁ ଠିକ୍‌ ଭାବେ ରାସ୍ତା ନାହିଁ। ଚାରିପାଖ ସନ୍ତସନ୍ତିଆ ଓ ଅସ୍ବାସ୍ଥ୍ୟକର ପରିବେଶ। ଅଳ୍ପ ବର୍ଷା ହେଲେ ପାଣି ଜମି ରହୁଛି। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବିଦ୍ୟୁତ୍‌ ସଂଯୋଗୀକରଣ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇପାରିନି। ମୁଖ୍ୟମନ୍ତ୍ରୀ ଏହି ଦୁଇଟି ହଷ୍ଟେଲକୁ ଉଦ୍‌ଘାଟନ କରିଥିଲେ ମଧ୍ୟ ଏଯାବତ୍‌ କାମ ସରୁନାହିଁ। ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଦେଢ଼ବର୍ଷ ପୂର୍ବରୁ ପ୍ରସ୍ତୁତ ସରିଛି ବୋଲି ଉଦ୍‌ଘାଟନ କରି ବାଃ ବାଃ ନେଉଥିବା ବେଳେ ଉକ୍ତ ଦୁଇ ହଷ୍ଟେଲରେ ପ୍ରକୃତରେ କେତେ କାମ ସରିଛି ସେଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଉନି। ଉଦ୍‌ଘାଟନର ୨୬ ମାସ ପରେ ମଧ୍ୟ ଜିଲା ପ୍ରଶାସନ କେଉଁ ପଦକ୍ଷେପ ନେଇଛି ତାହା ଜଣାପଡିନାହିଁ। ଅସରାଏ ବର୍ଷା ହେଲେ ଉକ୍ତ ୩ ତାଲା କୋଠା ବିଶିଷ୍ଟ ଦୁଇଟି କୋଠା ଘର ପାଣିରେ ବୁଡ଼ିରହୁଛି। ଅସ୍ବାସ୍ଥ୍ୟକର ପରିବେଶରେ ରହିଲେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିବ ତାହା ଚିନ୍ତାର ବିଷୟ।
ପିଏ ଆଇଟିଡିଏ ଦାୟିତ୍ୱରେ ଥିବା ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ କହିଛନ୍ତି, ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଚେଷ୍ଟା ଜାରି ରହିଛି। କାର୍ଯ୍ୟକ୍ଷମ ହେଲେ ପାରିପାର୍ଶ୍ୱିକ ଅବସ୍ଥା ସୁଧାରଯିବ। ଏଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share