Categories: ବାଣିଜ୍ୟ

‘ବଜାରରେ ଆଇଟେଲର ‘ଏ୦୫ଏସ୍‌’

ଭୁବନେଶ୍ୱର,୧୮।୧୨: ଆଇଟେଲର ନୂତନ ଉତ୍ପାଦ ‘ଏ୦୫ଏସ୍‌ ସ୍ମାର୍ଟଫୋନ୍‌’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୬.୬ଇଞ୍ଚ ଏଚ୍‌ଡି+ ଡ୍ରପ୍‌ ଡିସ୍‌ପ୍ଲେ, ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରି, ୮ଏମ୍‌ପି ଏଆଇ କ୍ୟାମେରା ଏବଂ ଆହୁରି ଅନେକ ଫିଚର ଅନ୍ତର୍ଭୁକ୍ତ ରହିଛି। ଏପରିକି ଏ୦୫ଏସ୍‌ର ବଡି ବେଶ ପତଳା ହୋଇଥିବା ବେଳେ ତାହା କ୍ରିଷ୍ଟାଲ ବ୍ଲୁ, ଗ୍ଲୋରିଅସ୍‌ ଅରେଞ୍ଜ୍‌, ମିଡୋ ଗ୍ରିନ୍‌ ଓ ନେବୁଲା ବ୍ଲାକ୍‌ ଭଳି ରଙ୍ଗରେ ଉପଲବ୍ଧ ହେଉଛି। ସେହିଭଳି ଏ୦୫ଏସ୍‌ରେ ୧.୬ ଗିଗାହର୍ଜ ପ୍ରୋସେସର ରହିଛି; ଯାହା କଲ କରିବା, ୱେବ୍‌ ବ୍ରାଉଜ୍‌, ଭିଡିଓ ଦେଖିବା, ସୌକିନରେ ଗେମ୍‌ ଖେଳିବା ଏବଂ ଦୈନନ୍ଦିନ କାମ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବ। ଏପରି କି ଉକ୍ତ ମଡେଲରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଥିବାବେଳେ ୬୪ ଜିବିର ରମ୍‌ ରହିଛି। ଏହାର ଏଚ୍‌ଡି+ୱାଟର ଡ୍ରପ୍‌ ଡିସ୍‌ପ୍ଲେରେ ୧୬୦୦ ୭୨୦ ପିକ୍ସେଲ୍‌ ରିଜଲ୍ୟୁସନ ରହିଛି, ଯାହା ଚମତ୍କାର ଦେଖିବା ଅନୁଭବ ପ୍ରଦାନ କରିବ। ସେହିପରି ସ୍ପଷ୍ଟ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଲାଗି ଏହାର ପଛ ପାର୍ଶ୍ୱରେ ଏକ ୮ ଏମ୍‌ପି କ୍ୟାମେରା ଏବଂ ସାମ୍ନାରେ ୫ ଏମ୍‌ପି ସେଲ୍‌ଫି କ୍ୟାମେରା ସହ ଏଆଇ ବିଉଟିଫିକେଶନ ମୋଡ୍‌ ରହିଛି। ଏହା ବ୍ୟତୀତ ଉକ୍ତ ମଡେଲ ପଛରେ ଫିଙ୍ଗରପ୍ରିଣ୍ଟ ସେନ୍‌ସର୍‌, ଫେସ୍‌ ଅନ୍‌ଲକ୍‌, ମାଇକ୍ରୋ ଏସ୍‌ଡି ସ୍ଲଟ୍‌, ଡୁଆଲ ୪ଜି ଭୋଲ୍‌ଟି ଭଳି ସୁବିଧା ରହିଛି।
ଏ ସମ୍ପର୍କରେ ଆଇଟେଲ୍‌ ଇଣ୍ଡିଆର ସିଇଓ ଅରିଜିତ ତାଳପତ୍ର କହିଛନ୍ତି, କମ୍ପାନୀ (ବ୍ରାଣ୍ଡର)ର ନୂଆ ଏ୦୫ଏସ୍‌ ମଡେଲକୁ ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏହାର ଷ୍ଟାଇଲ୍‌ ଓ ଦୈନନ୍ଦିନ କାର୍ଯ୍ୟର ଏକ ଉପଯୁକ୍ତ ସମିଶ୍ରଣ ହୋଇଥିବାବେଳେ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି। ଏପରି କି ଶ୍ରେଷ୍ଠ ମାନର ଡିସ୍‌ପ୍ଲେ, ବ୍ୟାଟେରି, କ୍ୟାମେରା ଏବଂ ୪ଟି ଆକର୍ଷଣୀୟ ରଙ୍ଗ ସହ ଟ୍ରେଣ୍ଡି ଡିଜାଇନକୁ ନେଇ ‘ଏ୦୫ଏସ’ ନିର୍ମାଣ ହୋଇଛି।

Share